ପାକିସ୍ତାନୀ ବୁଡାଜାହାଜର ‘ଗାଜି’ ଧ୍ୱସାଂବଶେଷକୁ ବଙ୍ଗୋପସାଗରରେ ଠାବ କଲା ଇଣ୍ଡିଆନ ନେଭି, ୧୯୭୧ ଯୁଦ୍ଧରେ ବୁଡିଥିଲା…

ବିଶାଖାପାଟଣା, ୨୩।୨: ଭାରତ-ପାକିସ୍ତାନ ୧୯୭୧ ଯୁଦ୍ଧରେ ପାକିସ୍ତାନର ଏକ ବୁଡ଼ା ଜାହାଜ ‘ଗାଜି’ ସମୁଦ୍ରରେ ବୁଡି ଯାଇଥିଲା। ଯାହାର ଶୁକ୍ରବାର ସନ୍ଧାନ ମିଳିିଛି। ଭାରତୀୟ ନୌସେନାର ନୂଆ ରେସ୍କ୍ୟୁ ଭେଇକଲ (ଡିଏସଆରଭି) ପିଏନଏସ ଗାଜିର ଧ୍ୱଂସାବଶେଷ ଖୋଜିଛି। ଏହା ୧୯୭୧ ଡିସେମ୍ବର ୪ରେ ବଙ୍ଗୋପସାଗରରେ ବୁଡ଼ି ଯାଇଥିଲା ।


ବିଶାଖାପାଟଣା ଉପକୂଳରୁ ପାଖାପାଖି ଅଢେଇ କିଲୋମିଟର ଦୂର ସମୁଦ୍ରର ୧୦୦ ମିଟର ଗଭୀରତାରେ ଏହାର ସନ୍ଧାନ ମିଳିଛି। ପିଏନଏସ ଗାଜି ସମୁଦ୍ରରେ ସମାଧି ନେବାବେଳେ ଏଥିରେ ମୋଟ ୯୩ ଜଣ ଥିଲେ ।

Share