ଏହି ଖରାପ ଅଭ୍ୟାସ ଯୋଗୁ ଭାରତୀୟ ପୁରୁଷ ପ୍ରଜନନ କ୍ଷମତା ହରାଉଛନ୍ତି !

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୭।୧: ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଖରାପ ଅଭ୍ୟାସ ଯୋଗୁ ଭାରତୀୟ ପୁରୁଷ ପ୍ରଜନନ କ୍ଷମତା ହରାଉଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା ରିପୋର୍ଟ ଆମେରିକାର ଭର୍ଚୁଆଲ୍‌ ସ୍ଲିପ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ରାତିରେ ଶୋଇବା ଶେଯରେ ମୋବାଇଲ୍‌ ଅବା ଲ୍ୟାପ୍‌ଟପ୍‌ ବ୍ୟବହାର କରିବାର ଖରାପ ଅଭ୍ୟାସ ଯୋଗୁ ଏଭଳି ଗୁରୁତର ସମସ୍ୟା ଉପୁଜୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏସବୁ ଇଲୋକ୍ଟ୍ରୋନିକ୍ସ୍‌ ସାମଗ୍ରୀରୁ ବିକିରଣ ହେଉଥିବା ନୀଳ ରଶ୍ମୀ ପୁରୁଷଙ୍କ ସ୍ପର୍ମ କାଉଣ୍ଟ୍‌କୁ ପ୍ରଭାବିତ କରିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି। ସ୍ପର୍ମ କାଉଣ୍ଟ୍‌ ହ୍ରାସ ପାଇଲେ ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ଅନୁଭୁତ ହେଉଛି। ଗଷେବଣାରେ ୧୯ରୁ ୫୯ ବର୍ଷ ବୟସ୍କ ୧୧୬ ଜଣ ପୁରୁଷଙ୍କ ସ୍ପର୍ମ ନମୁନା ସଂଗ୍ରହ କରାଯାଇଥିଲା।