Posted inଜାତୀୟ

ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧୀଙ୍କୁ ପାଠପଢ଼ା ଜାରି ରଖିବାର ରହିଛି ଅଧିକାର…

ପ୍ରୟାଗରାଜ, ୭।୮ : ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କର ମଧ୍ୟ ଅଧ୍ୟୟନ ଜାରି ରଖିବା ଏବଂ ଜେଲରୁ ପରୀକ୍ଷାରେ ହାଜର ହେବାର ଅଧିକାର ରହିଛି। ଯାହାଫଳରେ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ। ଜଷ୍ଟିସ ନୀରଜ ତିୱାରୀ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟକୁ ପରବର୍ତ୍ତୀ ତାରିଖରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀ ବିଶ୍ୱବିଦ୍ୟାଳୟର ଶୃଙ୍ଖଳା ଭଙ୍ଗ ନକରି କିପରି ତାଙ୍କର ବିଏ ଏଲଏଲବି ପାଠ୍ୟକ୍ରମ ସମାପ୍ତ କରିବେ।

ଆଇନ ଛାତ୍ର ଆଦିଲ ଖାନଙ୍କୁ ବିଶ୍ୱବିଦ୍ୟାଳୟରୁ କରି ଦିଆଯାଇଥିଲା ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ଦ୍ୱାରା ତାଙ୍କର ଦ୍ୱିଏ ଏଲଏଲବି ପାଠ୍ୟକ୍ରମ ଶେଷ କରିବାକୁ ମନା କରିଦିଆ ଯାଇଥିଲା। ମାମଲାର ତଥ୍ୟ ଅନୁଯାୟୀ, ବିଏ ଏଲଏଲବି ପାଞ୍ଚ ବର୍ଷର ପାଠ୍ୟକ୍ରମର ଛାତ୍ର ଆଦିଲ ଖାନ ସପ୍ତମ ସେମିଷ୍ଟାର ପରୀକ୍ଷାରେ ହାଜର ହୋଇଥିଲେ କିନ୍ତୁ ଏହି ସେମିଷ୍ଟାର ପରୀକ୍ଷାର ଫଳାଫଳ ଘୋଷଣା କରାଯାଇ ନ ଥିଲା ଏବଂ ସେ ୪ ସେପ୍ଟେମ୍ବରରେ ୨୦୧୯ରେ ବିଶ୍ୱବିଦ୍ୟାଳୟ ଦ୍ୱାରା ବହିଷ୍କୃତ ହୋଇଥିଲେ।

ଇତିମଧ୍ୟରେ ତିନି ବର୍ଷ ବିତି ଯାଇଛି। ଆବେଦନକାରୀ ମଧ୍ୟ ଅଧ୍ୟୟନ ସମୟରେ ଅନୁଶାସନ ଏବଂ ଉତ୍ତମ ଆଚରଣ ବଜାୟ ରଖିବେ ବୋଲି ଏକ ସତ୍ୟପାଠ ଦାଖଲ କରିଛନ୍ତି। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଭାରତୀୟ ଆଇନ ଏବଂ ଆଦେଶରେ କୌଣସି ବିବାଦ ନାହିଁ ଯେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ମଧ୍ୟ ଅଧ୍ୟୟନ ଜାରି ରଖିବା ଏବଂ ଜେଲରୁ ପରୀକ୍ଷାରେ ହାଜର ହେବାର ଅଧିକାର ରହିଛି। କୌଣସି ବ୍ୟକ୍ତିଙ୍କୁ ଦିଆଯାଇଥିବା ଦଣ୍ଡ ସୁଧାରାତ୍ମକ ହେବା ଅପରିହାର୍ଯ୍ୟ। ଏଥିରେ ପକ୍ଷପାତିତ ହେବା ଉଚିତ ନୁହେଁ । ଆବେଦନକାରୀଙ୍କୁ ଅଧ୍ୟୟନ ସମାପ୍ତ କରିବାକୁ ମନା କରିବା ଦ୍ୱାରା ତାଙ୍କ କ୍ୟାରିୟର ନଷ୍ଟ ହେବାର ଆଶଙ୍କା ରହିଛି ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି, ନିଶ୍ଚିତ ଭାବରେ ଆବେଦନକାରୀ ଜଣେ ଯୁବ ଛାତ୍ର ଏବଂ ତାଙ୍କୁ ନିଜକୁ ସୁଧାର କରିବା ଏବଂ ଜୀବନରେ ସଠିକ ପଥରେ ଚାଲିବା ପାଇଁ ସୁଯୋଗ ଦିଆଯିବା ଉଚିତ। ବର୍ତ୍ତମାନ ମାମଲାରେ, ଆବେଦନକାରୀ ଜଣେ ଦୋଷୀ ବ୍ୟକ୍ତି ନୁହଁନ୍ତି ଏବଂ ତାଙ୍କର ଅଧ୍ୟୟନ ସମାପ୍ତ କରିବାର ଅଧିକାର ରହିଛି। ’କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ତାରିଖ ଭାବରେ ଅଗଷ୍ଟ ୧୭ କୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri