ପିଲାଟି ଦିନରୁ ସଙ୍ଗୀତଭିତ୍ତିକ ଶୋ’ରେ ନେଉଛନ୍ତି ଭାଗ; ହେଲେ ପିନ୍ଧିପାରିନାହାନ୍ତି ବିଜୟ ମୁକୁଟ

ବମ୍ବେ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ଇଣ୍ଡିଆନ ଆଇଡଲ୍‌ ୧୩। ଶୋ’ର ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇ ବିଚାରପତିଙ୍କ ହୃଦୟ ଜିତୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ସୋନାକ୍ଷୀ କର। ସେ ଆଜି ନୁହଁନ୍ତି ବରଂ ପିଲାଟିଦିନରୁ ସିଙ୍ଗିଂ ରିଆଲିଟି ଶୋ’ରେ ଭାଗ ନେଉଛନ୍ତି। ହେଲେ ଏଯାବତ ତାଙ୍କୁ ସଫଳତା ମିଳିପାରିନାହିଁ। ଏବେ ତାଙ୍କୁ ୧୯ ବର୍ଷ। କମ୍‌ ବୟସରେ ବି ସେ ପ୍ଲେ ବ୍ୟାକ୍‌ ସିଙ୍ଗର ଭଳି ଗୀତ ଗାଉଛନ୍ତି। ଏମିତିରେ ସେ ଇଣ୍ଡିଆନ ଆଇଡଲ ଜିତିପାରନ୍ତି ବୋଲି କୁହାଯାଉଛି।

୨୦୧୩ରେ ସୋନାକ୍ଷୀ ଇଣ୍ଡିଆନ ଆଇଡଲ ଜୁନିୟରରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସେ ଖୁବ୍‌ ସୁନ୍ଦର ଗୀତ ଗାଇ ଫାଇନାଲରେ ପହଞ୍ଚିଥିଲେ। ହେଲେ ବିଜେତା ହୋଇପାରି ନ ଥିଲେ। ଟପ୍‌-୬ରୁ ହିଁ ସେ ବିଦା ହୋଇଥିଲେ। ଏହାପରେ ସେ ୨୦୧୭ରେ ସାରେଗାମାପା ଲିଟିଲ୍‌ ଚାମ୍ପ୍ସରେ ଭାଗ ନେଇଥିଲେ। ଏଥିରେ ସେ ଭଲ ଗାଇଥିଲେ ହେଁ ବିଜେତା ହୋଇପାରି ନ ଥିଲେ। ଦୁଇ ଦୁଇ ଥର ବିଫଳ ହେବା ପରେ ବି ସେ ନିରାଶ ନ ହୋଇ ନିଜର ଗୀତ ଗାଇବାକୁ ଜାରି ରଖିଥିଲେ। ଫଳରେ ଏବେ ସେ ଇଣ୍ଡିଆନ ଆଇଡଲ ମଞ୍ଜରେ ନିଜର ସ୍ବରର ଯାଦୁରେ ସମସ୍ତଙ୍କୁ ମତୁଆଲା କରୁଛନ୍ତି।

Share