ଭୁବନେଶ୍ୱରରେ ଭାରତୀୟ ହକି ଟିମ୍‌

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ହକି ବିଶ୍ବକପ ଖେଳିବା ପାଇଁ ମଙ୍ଗଳବାର ଭାରତୀୟ ହକି ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଟିମକୁ ଜୋରଦାର ସ୍ବାଗତ କରାଯାଇଛି।
ସୂଚନାଯୋଗ୍ୟ, ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏ ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ୱକପ୍‌ ଖେଳାଯିବ। ୧୩ ତାରିଖରେ ସ୍ପେନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ। ଅଧିନାୟକ ହରମିନପ୍ରୀତ ସିଂହଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତ। ଏହି ଦଳରେ ଓଡ଼ିଶାର ଦୁଇ ଜଣ ଖେଳାଳି ଅମିତ ରୋହିତାସ ଏବଂ ନୀଲମ ଖେସ୍‌ ଅଛନ୍ତି।