ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି
ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌ ସହ ନିଜସ୍ବ ହକି ଇଣ୍ଡିଆ ଲିଗ୍‌ର ଆୟୋଜନ ଭଳି ସକାରାତ୍ମକ ପଦକ୍ଷେପ ଭାରତୀୟ ହକିର ପ୍ରଦର୍ଶନକୁ
ଶାଣିତ କରିବାରେ ସହାୟକ ହୋଇଛି…

୧୯୦୫ ଅଗଷ୍ଟ ୨୯ରେ ଉତ୍ତରପ୍ରଦେଶର ଆଲ୍ଲାହାବାଦ ସହରରେ ଜନ୍ମଗ୍ରହଣ କରିଥିଲେ ହକି ଜଗତର ପ୍ରବାଦପୁରୁଷ ଧ୍ୟାନଚାନ୍ଦ। ‘ହକିର ଯାଦୁକର’, ‘ହକିକୁ ଭଗବାନଙ୍କ ଦାନ’ ଓ ‘ହକି କିମ୍ବଦନ୍ତୀ’ ଏବଂ ଆହୁରି ଅନେକ ନାମରେ ପ୍ରସିଦ୍ଧି ଲାଭ କରିଥିବା ଧ୍ୟାନଚାନ୍ଦ ୧୯୨୬ରୁ ୧୯୪୯ ପର୍ଯ୍ୟନ୍ତ ଭାରତ ପକ୍ଷରୁ ୩ଟି ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ ସହିତ ୧୮୫ଟି ମ୍ୟାଚ୍‌ରେ ୫୭୦ ଗୋଲ୍‌ ସ୍କୋର କରି ବିଶ୍ୱର ସର୍ବଶ୍ରେଷ୍ଠ ହକି ଖେଳାଳିର ମାନ୍ୟତା ପାଇଥିଲେ। ୩୦ ଏବଂ ୪୦ ଦଶକରେ ଭାରତୀୟ ହକିକୁ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଧ୍ୟାନଚାନ୍ଦ କିନ୍ତୁ ଶେଷ ଜୀବନ(ମୃତ୍ୟୁ-୩ ଡିସେମ୍ବର ୧୯୭୯)ରେ ଭାରତୀୟ ହକିର ଦୁର୍ବଳ ପ୍ରଦର୍ଶନ ପାଇଁ ଅତ୍ୟନ୍ତ ମର୍ମାହତ ହୋଇଥିଲେ। କିନ୍ତୁ ଆଜି ଦିନରେ ବିଶ୍ୱସ୍ତରରେ ଭାରତୀୟ ହକିର ସ୍ଥିତି ଓ ପ୍ରଦର୍ଶନରେ ଯେଉଁ ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହୋଇଛି ତାହା ସ୍ବର୍ଗତ ଧ୍ୟାନଚାନ୍ଦ ଛାଡ଼ିଯାଇ ଥିବା ମହାନ କ୍ରୀଡ଼ା(ହକି) ପରମ୍ପରାକୁ ପୁନର୍ଜୀବିତ କରିବାରେ ସହାୟକ ହେବା ଆଶା।
ପ୍ରାକ୍‌ ସ୍ବାଧୀନତା ସମୟରେ ଭାରତର କ୍ରୀଡ଼ା ବ୍ୟବସ୍ଥା ସାଙ୍ଗଠନିକ ଦୃଷ୍ଟିରୁ ଅନ୍ୟ ୟୁରୋପୀୟ ବା ଉନ୍ନତ ଦେଶଗୁଡ଼ିକର ସମକକ୍ଷ ହୋଇ ନ ଥିଲେ ମଧ୍ୟ ବିଂଶଶତାବ୍ଦୀର ତୃତୀୟ ଦଶକରେ ଭାରତୀୟ ହକି ସାରା ବିଶ୍ୱରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିପାରିଥିଲା। ଭାରତୀୟ ହକିର ସ୍ବର୍ଣ୍ଣିମ ଇତିହାସ ୧୯୨୮ ଆମଷ୍ଟାରଡାମ୍‌ ଅଲିମ୍ପିକ୍ସରୁ ଆରମ୍ଭ ହୋଇଥିଲା। ଅକ୍ସଫୋର୍ଡ ଶିକ୍ଷିତ ଆଦିବାସୀ ଯୁବକ ଜୟପାଲ୍‌ ସିଂ ମୁଣ୍ଡାଙ୍କ ନେତୃତ୍ୱରେ ଏକ ୧୫ ଜଣିଆ(୯ ଇଂରେଜ, ୬ ଭାରତୀୟ) ଭାରତୀୟ ଦଳ ଏଥିରେ ଭାଗନେଇ ସ୍ବର୍ଣ୍ଣପଦକ ଜିତିଥିଲେ। ପରବର୍ତ୍ତୀ ୨ଟି ଅଲମ୍ପିିକ୍ସ ଲସଏଞ୍ଜେଲ୍ସ (୧୯୩୨) ଓ ବର୍ଲିନ (୧୯୩୬)ରେ ଧ୍ୟାନ ଚାନ୍ଦଙ୍କ ନେତୃତ୍ୱରେ ଭାରତ ସ୍ବର୍ଣ୍ଣ ପଦକ ଜିତି ବିଶ୍ୱର ଶ୍ରେଷ୍ଠ ହକି ଦଳ ଭାବେ ଉଭା ହୋଇଥିଲା। ସ୍ବାଧୀନତା ପରବର୍ତ୍ତୀ ୫୦ ଓ ୬୦ ଦଶକରେ ଅଣଭାରତୀୟ (ଇଂରେଜ ଓ ଆଙ୍ଗ୍ଲୋଇଣ୍ଡିଆନ) ଖେଳାଳିମାନେ ନିଜ ଜନ୍ମଭମିକୁ ଫେରିଯାଇଥିଲେ। ଦେଶର ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ଦ୍ୱାରା ଭାରତୀୟ ଦଳ ସୁଦୃଢ଼ ହୋଇଥିଲା। ଏକାଧିକ ବିଶ୍ୱସ୍ତରୀୟ ଖେଳାଳିଙ୍କ ଉଚ୍ଚମାନର ପ୍ରଦର୍ଶନ ଫଳରେ ୧୯୪୮, ୫୨, ୫୬ରେ ଅଲିମ୍ପିକ୍ସ ସ୍ବର୍ଣ୍ଣ, ୬୦ରେ ରୌପ୍ୟ ଏବଂ ପୁନଶ୍ଚ ୧୯୬୪ରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଭାରତ ସଫଳ ହୋଇଥିଲା। କିନ୍ତୁ ୧୯୬୮ ଏବଂ ୧୯୭୨ ଅଲିମ୍ପିକ୍ସରେ କେବଳ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ହକିର ସଫଳତା ହାର ହ୍ରାସ ପାଇଥିଲା।
ଏହି ସମୟରେ ବିଶ୍ୱ ହକି ମାନଚିତ୍ରରେ ୟୁରୋପୀୟ ଦେଶ ଜର୍ମାନୀ, ନେଦରଲାଣ୍ଡ୍ସ, ବେଲଜିୟମ ସହିତ ଅଷ୍ଟ୍ରେଲିଆ ହକି ମହାଶକ୍ତି ଭାବେ ଉଭା ହୋଇଥି୍‌ଲା। ସାରା ବିଶ୍ୱରେ ହକିର ଲୋକପ୍ରିୟତାକୁ ବିଚାରକୁ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ୧୯୭୧ରେ ହକି ବିଶ୍ୱକପ୍‌ ଆୟୋଜନର ଶୁଭାରମ୍ଭ କଲା। ପ୍ରଥମ ସଂସ୍କରଣରେ ଭାରତ ତୃତୀୟ, ୧୯୭୩ ଦ୍ୱିତୀୟ ବିଶ୍ୱକପରେ ରୌପ୍ୟ ଏବଂ ୧୯୭୫ ତୃତୀୟ ବିଶ୍ୱକପ୍‌ରେ ପ୍ରଥମ ଓ ଶେଷଥର ପାଇଁ ଚାମ୍ପିୟନ ମୁକୁଟ ପିନ୍ଧିଥିଲା।
ବିଶ୍ୱ ହକିରେ କୃତ୍ରିମ ଟର୍ଫର ବ୍ୟବହାର (୧୯୭୬ ପରେ), ପ୍ରଚଳିତ ନିୟମରେ ବାରମ୍ବାର ପରିବର୍ତ୍ତନ ଫଳରେ ଭାରତୀୟ କଳାତ୍ମକ ଖେଳ ଲୁପ୍ତ ପ୍ରାୟ ହେବାକୁ ଲାଗିଲା। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଶେଷଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ବିଶ୍ୱର ଅଧିକାଂଶ ହକି ମହାଶକ୍ତି ଦେଶମାନଙ୍କର ଅନୁପସ୍ଥିତି ପ୍ରତିଦ୍ୱନ୍ଦ୍ୱିତା ସ୍ତରକୁ ହ୍ରାସ କରିଥିଲା। ପରବର୍ତ୍ତୀ ତିନି ଦଶନ୍ଧି ଧରି ବିଶ୍ୱ ସ୍ତରରେ ଭାରତୀୟ ହକିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।
ମାତ୍ର ପରେ ସ୍ଥିତିରେ ଉନ୍ନତି ଘଟିଛି। ୨୦୦୬ରେ ବିଶ୍ୱ ମାନ୍ୟତା ତାଲିକାରେ ୧୨ତମ ସ୍ଥାନରେ ଥିବା ଭାରତ ବର୍ତ୍ତମାନ ୪ର୍ଥ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇପାରିଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ପାରଙ୍ଗମ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ଅଧୀନରେ ଭାରତୀୟ ଦଳ ଅତ୍ୟନ୍ତ ପ୍ରତିଭାବାନ ଖେଳାଳି ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱର ଶ୍ରେଷ୍ଠ ଦଳମାନଙ୍କ ମଧ୍ୟରେ ଗଣାଯାଉଥିବା ବେଳେ ଟୋକିଓ ଅଲିମ୍ପିକ୍ସରେ ଦୃଢ ପଦକ ଦାବିଦାର ହୋଇଛି। ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ହକି ଦଳର ଅଲିମ୍ପିକ୍ସ ପୋଡିୟମ ପିନିସ୍‌ ପାଇଁ ଦେଶର କୋଟି କୋଟି ଭାରତବାସୀ ଅପେକ୍ଷାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri