“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ…

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ କହିଛନ୍ତି, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ପୂର୍ବରୁ ଭାରତ ନାଁ ସବୁବେଳେ ରହି ଆସିଛି।

ସେ ଆହୁରି କହିଛନ୍ତି, ମୁଁ କେବେ ଏପରି ଅନୁଭବ କରି ନ ଥିଲି। କାରଣ ଆମେ ସବୁବେଳେ ‘ଭାରତ ମାତା କି ଜୟ’ କହିଥାଉ। ବର୍ତ୍ତମାନ ଇଣ୍ଡିଆ ବଦଳରେ ଆମେ ଭାରତ ଲେଖୁଛୁ। ଟିକିଏ ଅଜବ ହେଲେ ବି ଏହି ଶବ୍ଦରେ ଅଭ୍ୟସ୍ତ ହୋଇଯିବା। ଆମେ ଏତେ ବର୍ଷ ଧରି ଏହି ଶବ୍ଦ ବ୍ୟବହାର କରି ଆସୁଛଚ। କିନ୍ତୁ ଯୁବକମାନଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ ଏବଂ ଏଥିରେ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ହଁ, ଇଣ୍ଡିଆରୁ ଭାରତକୁ ପରିବର୍ତ୍ତନ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଛି।

Share