Categories: ଜାତୀୟ

ଗାଈଚରାଳିଙ୍କୁ ଅଟକାଇଲା ଚାଇନା

ନୂଆଦିଲ୍ଲୀ,୩୦ା୮: ପୂର୍ବ ଲଦାଖର ଡେମ୍‌ଚୋକ୍‌ ଅଞ୍ଚଳରେ ଗାଈଗୋରୁଙ୍କୁ ଚରାଇବାକୁ ନେଉଥିବା ସୀମାନ୍ତ ଅଞ୍ଚଳର କେତେଜଣ ଗ୍ରାମବାସୀଙ୍କୁ ଗତ ସପ୍ତାହରେ ଚାଇନା ସୈନ୍ୟ ଅଟକାଇଥିଲେ। ଭାରତୀୟ ସେନା ଅଧିକାରୀମାନେ ପ୍ରତିପକ୍ଷ କମାଣ୍ଡରଙ୍କ ପାଖରେ ଏହି ପ୍ରସଙ୍ଗ ଉଠାଇବା ସହ ପ୍ରତିବାଦ କରିଛନ୍ତି। ଗତ ୨୧-୨୨ ତାରିଖରେ ଡେମ୍‌ଚୋକ୍‌ର ଚାର୍ଡିଙ୍ଗ ନିଙ୍ଗଲୁଙ୍ଗ ନାଲ୍ଲା ଟ୍ରାକ୍‌ ଜଙ୍କଶନସ୍ଥିତ ସାଡେଲ୍‌ ପାସ୍‌ ନିକଟରେ ଏଭଳି ଘଟଣା ଘଟିଥିବା ପ୍ରତିରକ୍ଷା ସୂତ୍ରରୁ ସୂଚନା ଦିଆଯାଇଛି।

Share