Categories: ଜାତୀୟ

ଭାରତୀୟ ସମ୍ପତ୍ତିକୁ ଜବତ କରିବା ଖବରକୁ ଖଣ୍ଡନ କଲେ ସରକାର, ଫ୍ରାନ୍ସ ଅଦାଲତରୁ ମିଳିନି କୌଣସି ନିର୍ଦ୍ଦେଶ

ନୂଆଦିଲ୍ଲୀ,୮ ।୭: ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ସହ ଟିକସ ବିବାଦରେ ଫ୍ରାନ୍ସ କୋର୍ଟ ବ୍ରିଟେନର କେର୍ନ ଏନର୍ଜି ସପକ୍ଷରେ ରାୟ ଦେଇଛନ୍ତି । ବ୍ରିଟେନର କେର୍ନ ଏନର୍ଜି ଫ୍ରାନ୍ସରେ ଅବସ୍ଥିତ ସରକାରୀ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟରୁ ନିର୍ଦ୍ଦେଶ ମିଳିଥିବା କୌଣସି ଏକ ସୂତ୍ରରୁ ଗୁରୁବାର ଜଣାପଡିଥିଲା । କିନ୍ତୁ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ କହିଛି ଭାରତ ସରକାର ଏବାବଦରେ ଫ୍ୟାନ୍ସର କୌଣସି କୋର୍ଟରୁ କିଛି ବି ନିର୍ଦ୍ଦେଶ ପାଇଁ ନାହାନ୍ତି । ତେଣୁ ସରକାର ଏହାକୁ ଖଣ୍ଡନ କରୁଛନ୍ତି । ସୂଚନାଯୋଗ୍ୟ, ଡିସେମ୍ବର ୨୦୨୦ରେ ଇଣ୍ଟରନ୍ୟାଶନାଲ ଆର୍ବିଟ୍ରାଲ ଆୱାର୍ଡ ବାତିଲ କରିବାକୁ ସରକାର ୨୨ ମାର୍ଚ୍ଚ ୨୦୨୧ରେ ଦ ହେଗ କୋର୍ଟ ଅଫ୍ ଅପିଲରେ ଆବେଦନ କରି ସାରିଛନ୍ତି । ତେଣୁ ଅର୍ଥ ମନ୍ତ୍ରଣାଳୟ କହିଛି ସରକାର ଏହାର ସତ୍ୟତା ଜାଣିବାକୁ ଚାହୁଁଛନ୍ତି । ସେତେବେଳେ ବି ଏଭଳି ଆଦେଶ ଗ୍ରହଣ କରାଯାଏ ଯେତେବେଳେ ଭାରତର ସ୍ୱାର୍ଥ ରକ୍ଷା ପାଇଁ ଏହାର ଓକିଲଙ୍କ ସହ ପରାମର୍ଶ କରି ଉପଯୁକ୍ତ ଆଇନଗତ ପଦକ୍ଷେପ ନିଆଯିବ ।

Share