Posted inଜାତୀୟ

ଟ୍ରମ୍ପଙ୍କ ଟାରିଫ୍‌ ମାଡ଼ ପରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବାତିଲ୍‌ ହେଲା…

ନୂଆଦିଲ୍ଲୀ,୯ା୮:ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ କେନ୍ଦ୍ର ଆମେରିକାରୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବିମାନ କିଣିବା ଯୋଜନାକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଏହି ଘଟଣା ସହ ଜଡ଼ିତ ୩ ଜଣ ବରିଷ୍ଠ ଅଧିକାରୀ ଉପରୋକ୍ତ ସୂଚନା ଦେଇଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଆଗାମୀ ସପ୍ତାହରେ ଓ୍ବାଶିଂଟନ ପଠାଇବାକୁ ଭାରତ ଯୋଜନା କରିଥିଲା। ସେଠାରେ ସେ ନୂଆ କ୍ରୟ ସମ୍ପର୍କରେ ଘୋଷଣା କରିଥାନ୍ତେ। ତେବେ ଉକ୍ତ ଗସ୍ତକୁ ବାତିଲ କରିଦିଆଯାଇଥିବା ୨ ଜଣ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ରଏଟର୍ସର ଉପରୋକ୍ତ ରିପୋର୍ଟକୁ ଖଣ୍ଡନ କରିଛି। ଏହା ମିଥ୍ୟା ଏବଂ ମନଗଢ଼ା ଖବର ବୋଲି ମନ୍ତ୍ରଣାଳୟ କହିଛି।
ଭାରତୀୟ ସାମଗ୍ରୀ ଉପରେ ଟ୍ରମ୍ପ୍‌ ପୂର୍ବରୁ ୨୫ ପ୍ରତିଶତ ଟାରିଫ୍‌ ଲଗାଇଥିବାବେଳେ ରୁଷିଆରୁ ତେଲ କିଣା ଜାରି ରଖିଥିବାରୁ ଗତ ୬ ତାରିଖରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଥିଲେ। ଫଳରେ ଭାରତୀୟ ରପ୍ତାନି ଉପରେ ଆମେରିକାର ମୋଟ ଟାରିଫ୍‌ ପରିମାଣ ୫୦%ରେ ପହଞ୍ଚତ୍ଛି, ଯାହାକି ଅନ୍ୟ ବାଣିଜ୍ୟ ସହଯୋଗୀଙ୍କ ଉପରେ ଲାଗୁ ହୋଇଥିବା ଟାରିଫ୍‌ ତୁଳନାରେ ସର୍ବାଧିକ। ଟାରିଫ୍‌ ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ଓ୍ବାଶିଂଟନ ସହ ଆଲୋଚନା ଜାରି ରହିଛି। ଟାରିଫ୍‌ ସମ୍ପର୍କିତ ସ୍ପଷ୍ଟତା ମିଳିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଦେଖାଦେଲେ ପ୍ରତିରକ୍ଷା କିଣା ଆଗକୁ ବଢ଼ିପାରେ। ତେବେ ଏତେଶୀଘ୍ର ତାହା ହେବା ଆଶା କରାଯାଉ ନାହିଁ ବୋଲି ଜଣେ ଅଧିକାରୀ କହିଥିଲେ। ଓ୍ବାଶିଂଟନର ଏହି ପଦକ୍ଷେପ ଅନୁଚିତ, ଅଯଥାର୍ଥ ଏବଂ ଅକାରଣ ବୋଲି ନୂଆଦିଲ୍ଲୀ ଦର୍ଶାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଟ୍ରମ୍ପ୍‌ଙ୍କ ସହ କଥା ହୋଇନାହାନ୍ତି। ତେବେ କୃଷକମାନଙ୍କ ସ୍ବାର୍ଥ ସହ ଆଦୌ ସାଲିସ୍‌ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର କହିଥିଲେ। ଭାରତରେ କୃଷିରେ ସର୍ବାଧିକ ଲୋକ ନିୟୋଜିତ ଥିବାବେଳେ ବାଣିଜ୍ୟ ବୁଝାମଣାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇ ରହିଆସିଛି।
ଗତବର୍ଷ ଭାରତ ଏହାର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପାଖାପାଖି ୩୬ ପ୍ରତିଶତ ରୁଷିଆରୁ ଆମଦାନୀ କରିଥିଲା। ଏହାଦ୍ୱାରା ଭାରତର ବହୁ ବିଲିୟନ ଡଲାର ସଞ୍ଚୟ ହୋଇଥିଲା ଏବଂ ଘରୋଇ ବଜାରରେ ତେଲ ଦର ସ୍ଥିର ରଖିବାରେ ସହାୟକ ହୋଇଥିଲା। ରୁଷିଆ ପରିବର୍ତ୍ତେ ଅନ୍ୟ ଦେଶରୁ ତେଲ କିଣିଲେ ଭାରତକୁ ଅଧିକ ବ୍ୟୟ କରିବାକୁ ପଡ଼ିବ ଏବଂ ନ କଲେ ଭାରତର ରପ୍ତାନି ବାଧାପ୍ରାପ୍ତ ହେବ। ଆମେରିକାର ଅତିରିକ୍ତ ଟାରିଫ୍‌ ଯୋଗୁ ଅଧିକାଂଶ ବ୍ୟବସାୟ କରିବା ସମ୍ଭବ ହେବ ନାହିଁ ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟସ୍‌ ଅର୍ଗାନାଇଜେଶନ୍ସ ପକ୍ଷରୁ ସତର୍କ କରିଦିଆଯାଇଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କ ଚାପରୁ ବର୍ତ୍ତିବା ଲାଗି ଭାରତ ଅନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରିଛି। ଗୁରୁବାର ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ବହୁପାକ୍ଷିକବାଦ ବିରୋଧରେ ଲଢ଼ିବା ଆବଶ୍ୟକତାକୁ ନେଇ ସେମାନେ ରାଜି ହୋଇଥିବା ଜଣାପଡ଼ିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତରେ ଯାଇଥିବାବେଳେ ଖୁବ୍‌ଶୀଘ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଭାରତ ଆସିବେ ବୋଲି କହିଛନ୍ତି। ଅଗଷ୍ଟ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଚାଇନା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

ଯୁଦ୍ଧରେ ଭାରତକୁ ସମର୍ଥନ… ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ବୟାନ, ଟ୍ରମ୍ପ ଛାନିଆ!

ନୂଆଦିଲ୍ଲୀ,୧୯।୩: ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ତୀବ୍ର କରୁଥିବାରୁ, ମଧ୍ୟପ୍ରାଚ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ହେବାରେ ଲାଗିଛି। ଇସ୍ରାଏଲ ଏକ ଇରାନୀ ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ…

ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ: ଭକ୍ତ ଭାବବିହ୍ବଳ

ବଲାଙ୍ଗୀର,୧୯।୩ (ସୁନିଲ କୁମାର ମହାନ୍ତି): ଚୈତ୍ର ମାସରେ ଏବେ ଗାଁ ଗାଁରେ ଦେଖିବାକୁ ମିଳୁଛି ଦଣ୍ଡଯାତ୍ରା। ଦଣ୍ଡନାଚରେ ଦୁଲୁକୁଛି ଗାଁ ଦାଣ୍ଡ। ଧାର୍ମିକ ଆସ୍ଥା ଓ ମନୋରଞ୍ଜନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri