Posted inଜାତୀୟ

ଟ୍ରମ୍ପଙ୍କ ଟାରିଫ୍‌ ମାଡ଼ ପରେ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବାତିଲ୍‌ ହେଲା…

ନୂଆଦିଲ୍ଲୀ,୯ା୮:ଭାରତରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନେକ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଛି। ଏହାର ପ୍ରତିବାଦରେ କେନ୍ଦ୍ର ଆମେରିକାରୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବିମାନ କିଣିବା ଯୋଜନାକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଏହି ଘଟଣା ସହ ଜଡ଼ିତ ୩ ଜଣ ବରିଷ୍ଠ ଅଧିକାରୀ ଉପରୋକ୍ତ ସୂଚନା ଦେଇଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଆଗାମୀ ସପ୍ତାହରେ ଓ୍ବାଶିଂଟନ ପଠାଇବାକୁ ଭାରତ ଯୋଜନା କରିଥିଲା। ସେଠାରେ ସେ ନୂଆ କ୍ରୟ ସମ୍ପର୍କରେ ଘୋଷଣା କରିଥାନ୍ତେ। ତେବେ ଉକ୍ତ ଗସ୍ତକୁ ବାତିଲ କରିଦିଆଯାଇଥିବା ୨ ଜଣ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ରଏଟର୍ସର ଉପରୋକ୍ତ ରିପୋର୍ଟକୁ ଖଣ୍ଡନ କରିଛି। ଏହା ମିଥ୍ୟା ଏବଂ ମନଗଢ଼ା ଖବର ବୋଲି ମନ୍ତ୍ରଣାଳୟ କହିଛି।
ଭାରତୀୟ ସାମଗ୍ରୀ ଉପରେ ଟ୍ରମ୍ପ୍‌ ପୂର୍ବରୁ ୨୫ ପ୍ରତିଶତ ଟାରିଫ୍‌ ଲଗାଇଥିବାବେଳେ ରୁଷିଆରୁ ତେଲ କିଣା ଜାରି ରଖିଥିବାରୁ ଗତ ୬ ତାରିଖରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଥିଲେ। ଫଳରେ ଭାରତୀୟ ରପ୍ତାନି ଉପରେ ଆମେରିକାର ମୋଟ ଟାରିଫ୍‌ ପରିମାଣ ୫୦%ରେ ପହଞ୍ଚତ୍ଛି, ଯାହାକି ଅନ୍ୟ ବାଣିଜ୍ୟ ସହଯୋଗୀଙ୍କ ଉପରେ ଲାଗୁ ହୋଇଥିବା ଟାରିଫ୍‌ ତୁଳନାରେ ସର୍ବାଧିକ। ଟାରିଫ୍‌ ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ଓ୍ବାଶିଂଟନ ସହ ଆଲୋଚନା ଜାରି ରହିଛି। ଟାରିଫ୍‌ ସମ୍ପର୍କିତ ସ୍ପଷ୍ଟତା ମିଳିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଦେଖାଦେଲେ ପ୍ରତିରକ୍ଷା କିଣା ଆଗକୁ ବଢ଼ିପାରେ। ତେବେ ଏତେଶୀଘ୍ର ତାହା ହେବା ଆଶା କରାଯାଉ ନାହିଁ ବୋଲି ଜଣେ ଅଧିକାରୀ କହିଥିଲେ। ଓ୍ବାଶିଂଟନର ଏହି ପଦକ୍ଷେପ ଅନୁଚିତ, ଅଯଥାର୍ଥ ଏବଂ ଅକାରଣ ବୋଲି ନୂଆଦିଲ୍ଲୀ ଦର୍ଶାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଟ୍ରମ୍ପ୍‌ଙ୍କ ସହ କଥା ହୋଇନାହାନ୍ତି। ତେବେ କୃଷକମାନଙ୍କ ସ୍ବାର୍ଥ ସହ ଆଦୌ ସାଲିସ୍‌ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର କହିଥିଲେ। ଭାରତରେ କୃଷିରେ ସର୍ବାଧିକ ଲୋକ ନିୟୋଜିତ ଥିବାବେଳେ ବାଣିଜ୍ୟ ବୁଝାମଣାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ହୋଇ ରହିଆସିଛି।
ଗତବର୍ଷ ଭାରତ ଏହାର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ପାଖାପାଖି ୩୬ ପ୍ରତିଶତ ରୁଷିଆରୁ ଆମଦାନୀ କରିଥିଲା। ଏହାଦ୍ୱାରା ଭାରତର ବହୁ ବିଲିୟନ ଡଲାର ସଞ୍ଚୟ ହୋଇଥିଲା ଏବଂ ଘରୋଇ ବଜାରରେ ତେଲ ଦର ସ୍ଥିର ରଖିବାରେ ସହାୟକ ହୋଇଥିଲା। ରୁଷିଆ ପରିବର୍ତ୍ତେ ଅନ୍ୟ ଦେଶରୁ ତେଲ କିଣିଲେ ଭାରତକୁ ଅଧିକ ବ୍ୟୟ କରିବାକୁ ପଡ଼ିବ ଏବଂ ନ କଲେ ଭାରତର ରପ୍ତାନି ବାଧାପ୍ରାପ୍ତ ହେବ। ଆମେରିକାର ଅତିରିକ୍ତ ଟାରିଫ୍‌ ଯୋଗୁ ଅଧିକାଂଶ ବ୍ୟବସାୟ କରିବା ସମ୍ଭବ ହେବ ନାହିଁ ବୋଲି ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଏକ୍ସପୋର୍ଟସ୍‌ ଅର୍ଗାନାଇଜେଶନ୍ସ ପକ୍ଷରୁ ସତର୍କ କରିଦିଆଯାଇଛି। ଅନ୍ୟପକ୍ଷରେ ଟ୍ରମ୍ପ୍‌ଙ୍କ ଚାପରୁ ବର୍ତ୍ତିବା ଲାଗି ଭାରତ ଅନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ସମ୍ପର୍କ ବଢ଼ାଇବାକୁ ଉଦ୍ୟମ କରିଛି। ଗୁରୁବାର ପ୍ରଧାନମନ୍ତ୍ରୀ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଥିଲେ। ବହୁପାକ୍ଷିକବାଦ ବିରୋଧରେ ଲଢ଼ିବା ଆବଶ୍ୟକତାକୁ ନେଇ ସେମାନେ ରାଜି ହୋଇଥିବା ଜଣାପଡ଼ିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତରେ ଯାଇଥିବାବେଳେ ଖୁବ୍‌ଶୀଘ୍ର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଭାରତ ଆସିବେ ବୋଲି କହିଛନ୍ତି। ଅଗଷ୍ଟ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଚାଇନା ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri