Posted inଜାତୀୟ

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସତର୍କ ସୂଚନା ଜାରି ହୋଇଥିବା କଫ୍‌ ସିରପର ଯାଞ୍ଚ୍‌ କରୁଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୯।୧୦ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାରିଟି ଭାରତୀୟ ନିର୍ମିତ କଫ୍‌ ସିରପ ବିଷୟରେ ଭାରତ ସରକାରଙ୍କୁ ଚେତାବନୀ ଦେଇଛି। ଏହା ପରେ ଏହାକୁ ତିଆରି କରିଥିବା କମ୍ପାନୀରୁ ଏକ ସ୍ପଷ୍ଟୀକରଣ ଆସିଛି। ଏହି କଫ୍‌ ସିରପ ହରିୟାଣାର ସୋନିପାତରେ ଅବସ୍ଥିତ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ ଦ୍ୱାରା ପ୍ରସ୍ତୁତ। ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ସହିତ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏହି ଔଷଧଗୁଡ଼ିକୁ ଜଡ଼ିତ କରିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ଗଣମାଧ୍ୟମ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମାଧ୍ୟମରେ ପିଲାମାନଙ୍କ ମୃତ୍ୟୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି। କମ୍ପାନୀ ପକ୍ଷରୁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଡାକ୍ତରୀ କ୍ଷେତ୍ରରେ କାର୍ଯ୍ୟ କରିବା ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ ଏବଂ ହରିୟାଣା ସରକାରଙ୍କ ଡ୍ରଗ୍ସ କଣ୍ଟ୍ରୋଲରର ପ୍ରୋଟୋକଲଗୁଡିକ ସମ୍ପୂର୍ଣ୍ଣ ଭାବରେ ପାଳନ କରାଯାଇଛି।

କଫ୍‌ ସିରପ ବିଷୟରେ ଭାରତକୁ ଚେତାବନୀ ଦେବାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ପ୍ରକ୍ରିୟା ଉପରେ ପ୍ରଶ୍ନ ମଧ୍ୟ ଉଠିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସତର୍କ ସୂଚନା ପରେ ଭାରତ ସରକାର ମଧ୍ୟ ଏହି ଔଷଧ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ପରୀକ୍ଷା ପାଇଁ ମେଡେନ ଫାର୍ମାଙ୍କ ଡ୍ରଗ ନମୁନା ନିଆଯାଇଛି। ସରକାରୀ ଏଜେନ୍ସିଗୁଡିକ ୧ ଅକ୍ଟୋବର, ୩ ଅକ୍ଟୋବର, ୬ ଅକ୍ଟୋବର ଏବଂ ୭ ଅକ୍ଟୋବରରେ ନମୁନା ସଂଗ୍ରହ କରିଛନ୍ତି। ଦେଶର କେନ୍ଦ୍ରୀୟ ଏବଂ ଆଞ୍ଚଳିକ ଡ୍ରଗ୍ସ ଲ୍ୟାବରେ ଏହା ପରୀକ୍ଷା କରାଯିବ।

କମ୍ପାନୀ କହିଛି ଯେ ଉତ୍ପାଦ ରପ୍ତାନି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ଏବଂ ଭାରତରେ କୌଣସି ଉତ୍ପାଦ ବିନା ସ୍ବୀକୃତିେୀ ବିକ୍ରି ହୁଏ ନାହିଁ।

ଏଥିସହ କମ୍ପାନୀ କହିଛି ଯେ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଦ୍ୱାରା ନମୁନା ନିଆଯାଇଛି। ଏହାର ଫଳାଫଳ ଏପର୍ଯ୍ୟନ୍ତ ଆସି ନାହିଁ। ନମୁନାର ଫଳାଫଳ ନ ଆସିବା ପର୍ଯ୍ୟନ୍ତ କିଛି ବି ସ୍ପଷ୍ଟୀକରଣ ଦେବା ଠିକ ନୁହେଁ ।

ପ୍ରୋମେଟାଜାଇନ ଓରାଲ ସଲ୍ୟୁଶନ, କୋଫେକ୍ସମାଲିନ ବେବି କଫ୍‌ ସିରପ, ମାକଫ ବେବି କଫ୍‌ ସିରପ ଏବଂ ମ୍ୟାଗ୍ରିପ ଏନ କୋଲ୍ଡ ସିରପ ଆଦି ଚାରୋଟି ଉତ୍ପାଦ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହି ଉତ୍ପାଦଗୁଡିକ ସମ୍ବନ୍ଧୀୟ ଅଧିକ ସୂଚନା ଦେବାକୁ ଭାରତ ସରକାର ବିଶ୍ୱସ୍ବାସ୍ଥ୍ୟ ସଂଗଠନକୁ କହିଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାର ଏକ ଡାକ୍ତରୀ ଆଲର୍ଟରେ କହିଛି ଯେ ଲାବୋରେଟୋରୀରେ ବିଶ୍ଳେଷଣ କରାଯାଇଥିବା ଚାରୋଟି ଉତ୍ପାଦର ନମୁନା ନିଶ୍ଚିତ କରିଛି ଯେ ଏହି ଉତ୍ପାଦଗୁଡିକରେ ଥିବା ଡାଏଥାଇଲନ ଗ୍ଲାଇକଲ ଏବଂ ଏଥିଲିନ ଗ୍ଲାଇକଲର ମାତ୍ରା ଗ୍ରହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri