Categories: ଜାତୀୟ

କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭେଟିଲେ ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ,୨୦ ।୧: ଭାରତ ପକ୍ଷରୁ ଗୁରୁବାର କୁହାଯାଇଛି କି କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭାରତୀୟ ଦୂତାବାସର ଅଧିକାରୀ ତୃତୀୟ ଥର ଲାଗି ଭେଟିଛନ୍ତି । ସେମାନଙ୍କ ଭଲ ମନ୍ଦ ବୁଝିବା ସହ ଏଥର ତାଙ୍କ ସହ ଓକିଲ ବି ରହିଥିଲେ ।
ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, କତରେ ଭାରତୀୟଙ୍କୁ ବନ୍ଦି କରି ରଖିବା କଥା ଆମେ ଜାଣିଛୁ । ଆମେ ସେଠାକାର ପ୍ରଶାସନର ସମକକ୍ଷଙ୍କ ଆଗରେ ଏହି ଘଟଣା ଉଠାଇଛୁ । ଚଳିତ ମାସ ଆରମ୍ଭରେ ଏହି ଭାରତୀୟଙ୍କ ପରିବାରର କେତେଜଣ ସଦସ୍ୟ ସେଠାକୁ ଯାଇ ସେମାନଙ୍କୁ ଭେଟିଥିଲେ । କତରରେ ଏହି ଭାରତୀୟ ନାଗରିକଙ୍କୁ ପ୍ରାୟ ୪ ମାସ ପୂର୍ବରୁ ଜେଲରେ ବନ୍ଦି କରିରଖାଯାଇଛି । ଏମାନେ ସମସ୍ତେ ୮ ଭାରତୀୟ ଦାହରା ଗ୍ଲୋବାଲ ଟେକ୍ନୋଲୋଜି ଆଣ୍ଡ କନସଲଟେନ୍ସିରେ କାମ କରୁଥିଲେ । ଏହି କମ୍ପାନୀ କତରର ଏମିିରି ନାଭିକୁ ପ୍ରଶିକ୍ଷଣ ଦେଉଥିଲା । ହେଲେ ଏବେ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ସେ ଅଧିକାରୀଙ୍କୁ କେଉଁ ମାମଲାରେ ବନ୍ଦ କରି ରଖାଯାଇଛି ।

Share