କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା ସହିତ ଅନ୍ୟ ସହରକୁ କବଜା କରିବା ପାଇଁ ବଡ଼ ଆକ୍ରମଣ କରିପାରନ୍ତି।

କଙ୍ଗୋର କିନଶାସାରେ ଥିବା ଭାରତୀୟ ଦୂତାବାସ ରବିବାର ଜାରି କରିଥିବା ପରାମର୍ଶରେ କହିଛି ଯେ, ରିପୋର୍ଟ ଅନୁଯାୟୀ ଏମ-୨୩ ବିଦ୍ରୋହୀ ଗୋଷ୍ଠୀ ବୁକାଭୁରୁ ମାତ୍ର ୨୦-୨୫ କିଲୋମିଟର ଦୂରରେ ରହିଛନ୍ତି।ବୁକାଭୁରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଉଛୁ ଯେ ବିମାନବନ୍ଦର, ସୀମା ଏବଂ ବାଣିଜ୍ୟିକ ମାର୍ଗ ଖୋଲା ଥିବା ପର୍ଯ୍ୟନ୍ତ ଯେକୌଣସି ଉପାୟରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ଆମେ କୌଣସି ନାଗରିକଙ୍କୁ ବୁକାଭୁକୁ ଯାତ୍ରା ନକରିବାକୁ ସୁପାରିଶ କରୁଛୁ।”

ଭାରତୀୟ ଦୂତାବାସ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ

  • ସମସ୍ତ ଆବଶ୍ୟକୀୟ ପରିଚୟ ପତ୍ର ଏବଂ ଯାତ୍ରା ଡକ୍ୟୁମେଣ୍ଟ ସବୁବେଳେ ପାଖରେ ରଖନ୍ତୁ।
  • ଔଷଧ, ପୋଷାକ, ଖାଦ୍ୟ, ପାଣି ଇତ୍ୟାଦି ଜରୁରୀ ଜିନିଷଗୁଡ଼ିକୁ ଏକ ବ୍ୟାଗରେ ରଖନ୍ତୁ ଯାହାକୁ ସହଜରେ ବହନ କରାଯାଇପାରିବ।
  • ଅପଡେଟ୍ ପାଇଁ ସ୍ଥାନୀୟ ମିଡିଆ ଚ୍ୟାନେଲଗୁଡ଼ିକୁ ଉପରେ ନଜର ରଖିଥାନ୍ତୁ।
  • ବଡ଼ ସମାବେଶ / ଭିଡ଼ / ପ୍ରଦର୍ଶନ ଠାରୁ ଦୁରେଇ ରୁହନ୍ତୁ।

ସଦ୍ୟତମ ପରାମର୍ଶରେ ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିବା ପାଇଁ ଭାରତୀୟ ନାଗରିକମାନଙ୍କୁ ଏକ ନମ୍ବର (+୨୪୩ ୮୯୦୦୨୪୩୧୩) ଏବଂ ଇମେଲ୍ ଆଇଡି (cons.kinshasa@mea.gov.in) ମଧ୍ୟ ଦିଆଯାଇଛି।

କଙ୍ଗୋରେ ୧୨୦୦ ଭାରତୀୟ ସୈନିକ ମଧ୍ୟ ଉପସ୍ଥିତ ଅଛନ୍ତି
କହିରଖୁ ଯେ, କଙ୍ଗୋରେ ଏକ ହଜାରରୁ ଅଧିକ ଭାରତୀୟ ନାଗରିକ ଉପସ୍ଥିତ ଅଛନ୍ତି। ପୂର୍ବରୁ, ଭାରତୀୟ ଦୂତାବାସ ମୂଳତଃ ଜାନୁଆରୀ ୩୦ ତାରିଖରେ କଙ୍ଗୋର ଦକ୍ଷିଣ କିଭୁର ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଗୋମାରେ ପ୍ରାୟ ୧,୦୦୦ ଭାରତୀୟ ନାଗରିକ ରହୁଛନ୍ତି। ତଥାପି, ସଂଘର୍ଷ ଆରମ୍ଭ ହେବା ପରଠାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଏହା ସହିତ, ରଣଧୀର ଜୟସୱାଲ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୧,୨୦୦ ଭାରତୀୟ ସୈନିକ କଙ୍ଗୋର ଗଣତାନ୍ତ୍ରିକ ଗଣରାଜ୍ୟରେ MONUSCO ଅର୍ଥାତ୍ ଜାତିସଂଘ ମିଶନ ଅଧୀନରେ ପୂର୍ବ କଙ୍ଗୋରେ ସେବା କରୁଛନ୍ତି।

ନ୍ୟୁଜ୍ ଏଜେନ୍ସି ଏପିର ଏକ ରିପୋର୍ଟ ଅନୁଯାୟୀ, ରୱାଣ୍ଡା ସମର୍ଥିତ ବିଦ୍ରୋହୀଙ୍କ ସହ ଲଢ଼େଇରେ ଏହି ସପ୍ତାହରେ ଗୋମା ଏବଂ ଆଖପାଖ ଅଞ୍ଚଳରେ ଅତି କମରେ ୭୭୩ ଜଣଙ୍କର ମୃତ୍ୟୁ ହୋଇଛି। ବିଦ୍ରୋହୀମାନେ ସହରକୁ କବଜା କରିଛନ୍ତି, ଯାହା ଜାରି ରହିଥିବା ସଂଘର୍ଷକୁ ତୀବ୍ର କରିଛି। ଉଲ୍ଲେଖନୀୟ ଯେ ଶୁକ୍ରବାର ଭାରତ କଙ୍ଗୋରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri