Categories: ଖେଳ

ସ୍ପାଇଡରମ୍ୟାନ୍‌ ସାଜିଲେ ଏହି ଖେଳାଳି: ପ୍ରଶଂସକ କହୁଛନ୍ତି ଏମିତି…

ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରିଷଭ ପନ୍ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଏହି ଯୁବ ଖେଳାଳିଙ୍କୁ ଭାରତୀୟ ଜର୍ସି ପିନ୍ଧିବାର ଆମେ ବହୁବାର ଦେଖିଛୁ। କିନ୍ତୁ ଏବେ ତାଙ୍କର ସ୍ପାଇଡରମ୍ୟାନ୍‌ ଲୁକ୍‌ ସାମ୍ନାକୁ ଆସିଛି। ସେ ଏକ ବଡିସୁଟ୍‌ ପିନ୍ଧି ସମ୍ପୂର୍ଣ୍ଣ ସ୍ପାଇଡରମ୍ୟାନ୍‌ ପରି ଦେଖାଯାଉଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ପନ୍ତଙ୍କର ୩ ମିଲିୟନ ଫଲୋଅର୍ସ ରହିଛନ୍ତି। ସେ ତାଙ୍କ ପ୍ରଶଂସକଙ୍କୁ କେବେ ନାରାଜ କରି ନ ଥାନ୍ତି। ସବୁ ସମୟରେ ନିଜର ଭିଡିଓ ଏବଂ ଫଟୋ ପ୍ରଶଂସକଙ୍କ ପାଇଁ ଶେୟାର କରିଥାନ୍ତି। ଲାଲ ଏବଂ ନୀଳ ରଙ୍ଗର ବଡି ହେଙ୍ଗିଂ ପୋଷାକ ପିନ୍ଧି ନିଜକୁ ସ୍ପାଇଡରମ୍ୟାନ୍‌ ବୋଲି ପନ୍ତ କହୁଛନ୍ତି। ପନ୍ତଙ୍କର ଏହି ଲୁକ୍‌କୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, ମୋ ହୃଦୟର ନିଦ ହଜାଇ ଦେଇଛନ୍ତି ରିଷଭ ପନ୍ତ।

Share