Categories: ଖେଳ

ବିବାହ ବନ୍ଧନରେ ଟିମ୍‌ ଇଣ୍ଡିଆର ଏହି ଦ୍ରୁତ ବୋଲର୍‌, ପ୍ରେମିକାଙ୍କ ଧରିଲେ ହାତ…

ନୂଆଦିଲ୍ଲୀ,୨୫।୧୧: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର୍‌ ନବଦୀପ ସାଇନି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜର ପ୍ରେମିକା ସ୍ବାତୀ ଅସ୍ଥାନାଙ୍କ ହାତ ଧରିଛନ୍ତି। ଗୁରୁବାର ବିବାହ ଅନୁଷ୍ଠିତ ହୋଇତିବା ବେଳେ ସାଇନି ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପରେ ଉଭୟଙ୍କ ପ୍ରଶଂସକ ଏବଂ ବନ୍ଧୁମାନେ ଶୁଭେଚ୍ଛା  ଜଣାଉଛନ୍ତି।
ହରିୟାଣାର ସାଇନି କ୍ରିକେଟର ତିନୋଟି ଯାକ ଫର୍ମାଟରେ ଡେବ୍ୟୁ କରିଛନ୍ତି। ସେ ୨୦୧୯ରେ ଟି୨୦ରେ ଡେବ୍ୟୁ କରିଥିବା ବେଳେ ୨୦୧୯ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ୨୦୨୧ ଜାନୁୟାରୀ ୭ ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମ ଟେଷ୍ଟ ମୁକାବିଲା ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ୨୩ ଉଇକେଟ ନେଇଛନ୍ତି।
ତେବେ ବିବାହ ପରେ ଫଟୋ ଶେୟାର କରି ସାଇନି କହିଛନ୍ତି, ‘ଆଜି ଆମେ ସବୁଦିନ ସାଙ୍ଗରେ ରହିବାକୁ ନିଷ୍ପତ୍ତି ନେଇଛୁ। ଆମେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଆପଣଙ୍କ ଆଶୀର୍ବାଦ ଏବଂ ଭଲପାଇବା ଚାହୁଁଛୁ। ’ଏହାପରେ ୟୁଜବେନ୍ଦ୍ର ଚହଲ, ରାହୁଲ ତେବତିୟା, ଦେବଦତ୍ତ ପାଡ଼ିକଲ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଚେତନ ସକାରିଆ, ଉମରାନ ମଲିକଙ୍କ ସମେତ ଅନେକ ସାଥୀ ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Share