Posted inଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ କ୍ରିକେଟର୍‌

ବିଶାଖାପାଟନମ, ୮।୮: ଆନ୍ଧ୍ରପ୍ରଦେଶ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କୋନା ଶ୍ରୀକର (କେଏସ୍‌) ଭରତ ବିବାହିତ ଭାରତୀୟ କ୍ରିକେଟର୍‌ ତାଲିକାରେ ଯୋଡ଼ି ହୋଇଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍‌ର ଏହି ପ୍ରମୁଖ ଉଇକେଟ୍‌କିପର ଦୀର୍ଘ ଦିନର ବାନ୍ଧବୀ ଅଞ୍ଜଳୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଭରତ ଓ ଅଞ୍ଜଳୀ ୧୦ ବର୍ଷ ହେବ ପରସ୍ପରକୁ ଡେଟିଂ କରୁଥିଲେ। ଶେଷରେ ବିଶାଖାପାଟନମରେ ଏକ ନିରାଡମ୍ବର ବିବାହ ଉତ୍ସବରେ ଉଭୟ ପରସ୍ପରର ହାତ ଧରିଛନ୍ତି। କରୋନା ମହାମାରୀ ଲାଗି ବିବାହ ଉତ୍ସବରେ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହ ଉତ୍ସବର କେତେକ ଫଟୋକୁ ଭରତ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ଭରତ ଓ ଅଞ୍ଜଳୀ ମଣ୍ଡପ ଉପରେ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ତାଙ୍କ ନିକଟକୁ ଆସିବାରେ ଲାଗିଛି।

ଅକ୍ଟୋବର ୧୯୯୩ରେ ବିଶାଖାପାଟନମରେ ଜନ୍ମଗ୍ରହଣ କରିଥିବା ଭରତ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଖେଳିପାରି ନାହାନ୍ତି। ଗତ ଜାନୁୟାରୀରେ ସେ ରିଷଭ ପନ୍ତଙ୍କ ବ୍ୟାକ୍‌ ଅପ୍‌ ଭାବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଲାଗି ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନ ଥିଲେ। ତେବେ ସେ ଭାରତ-ଏ ପକ୍ଷରୁ ଅନେକ ମ୍ୟାଚ୍‌ ଖେଳିସାରିଛନ୍ତି। ଆନ୍ଧ୍ର ପ୍ରଦେଶର ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାରତୀୟ ଘରୋଇ କ୍ରିକେଟ୍‌ ଇତିହାସରେ ପ୍ରଥମ ଉଇକେଟ୍‌କିପର ଭାବେ ତ୍ରିଶତକ ହାସଲ କରିଥିଲେ। ୨୦୧୫ରେ ଗୋଆ ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଅବସରରେ ଭରତ ୩୦୮ ରନର ତ୍ରିଶତକୀୟ ଇନିଂସ ଖେଳିଥିଲେ। ଏହା ମଧ୍ୟରେ ସେ ୩୮ ଚୌକା ଓ ୬ଟି ଛକା ମାରିଥିଲେ। ସେହିଭଳି ଆନ୍ଧ୍ର ପ୍ରଦେଶ ପକ୍ଷରୁ ସେ ୬୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ୪୬ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri