Posted inଖେଳ

ହୃଦ୍‌ଘାତରେ ଚାଲିଗଲା ଭାରତୀୟ କ୍ରିକେଟର୍‌ଙ୍କ ଜୀବନ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୨୪।୬: ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଦୋଷୀଙ୍କ ଦେହାନ୍ତ ହୋଇଛି। ଦିଲୀପ ଲଣ୍ଡନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁ ଦଶନ୍ଧି ଧରି ଲଣ୍ଡନରେ ରହୁଥିଲେ। ତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ସେ ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିଲେ ଏବଂ ମାତ୍ର ଚାରି ବର୍ଷର କ୍ୟାରିୟରରେ ଦିଲୀପ ଦୋଷୀ ୧୦୦ରୁ ଅଧିକ ଉଇକେଟ ନେଇଥିଲେ। ସେ ହଠାତ୍‌ କ୍ରିକେଟରୁ ନିଜକୁ ଦୂରେଇ ରଖିଥିଲେ। ଦିଲୀପ ତାଙ୍କ କ୍ରିକେଟ କ୍ୟାରିୟର ଉପରେ ଏକ ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି, ଯାହାର ନାମ ହେଉଛି ସ୍ପିନ ପଞ୍ଚ।

ଦିଲୀପ ଦୋଷୀ ଭାରତର ଜଣେ ବାମହାତୀ ସ୍ପିନ ବୋଲର ଥିଲେ। ସେ ୧୯୭୯ ରୁ ୧୯୮୩ ମଧ୍ୟରେ ଭାରତର ଅନ୍ତର୍ଜାତୀୟ ଦଳର ଅଂଶ ଥିଲେ। ସେ ୩୨ ବର୍ଷ ବୟସରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଭାରତ ପାଇଁ ୩୩ ଟେଷ୍ଟ ଏବଂ ୧୫ ଦିନିକିଆ ଖେଳିଥିଲେ। ଦିଲୀପ ଦୋଷୀ ୩୩ ମ୍ୟାଚ ରେ ୧୧୪ ୱିକେଟ ନେଇଥିଲେ। ସେହି ସମୟରେ, ସେ ଛଅ ଥର ୫ ଉଇକେଟ ନେବାର ରେକର୍ଡ କରିଛନ୍ତି।

ଦିଲୀପ ତାଙ୍କ କ୍ୟାରିଅରରେ ୧୫ଟି ଦିନିକିଆ ଖେଳିଥିଲେ, ଯେଉଁଥିରେ ସେ ୩.୯୬ ଇକୋନୋମି ସହିତ ବୋଲିଂ କରି ମୋଟ ୨୨ଟି ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି। ସେ ସୌରାଷ୍ଟ୍ର, ବେଙ୍ଗଲ, ବର୍କଶାୟାର ଏବଂ ନଟିଂହାମଶାୟାର ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି।

ଦିଲୀପ ଦୋଷୀଙ୍କ ପରିବାରରେ ତାଙ୍କ ପତ୍ନୀ କାଳିନ୍ଦୀ, ଗୋଟିଏ ପୁଅ ନୟନ ଏବଂ ଗୋଟିଏ ଝିଅ ବିଶାଖା ଅଛନ୍ତି। ତାଙ୍କ ପୁଅ ନୟନ ମଧ୍ୟ ସୌରାଷ୍ଟ୍ର ଏବଂ ସରେ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ଦିଲୀପ ତାଙ୍କ ପରିବାର ସହିତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଲଣ୍ଡନରେ ରହୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ମମତାଙ୍କୁ ଲାଗିଲା ଦ୍ୱିତୀୟ ଝଟକା, ଯାହାକୁ ପ୍ରାର୍ଥୀ ଘୋଷଣା କରିଥିଲେ ସିଏ ଏବେ…

କୋଲକାତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ରାଜନୈତିକ ଘଟଣାକ୍ରମ ଜୋର ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ପକ୍ଷରୁ ନନ୍ଦୀଗ୍ରାମ ପାଇଁ ପ୍ରାର୍ଥୀ ଘୋଷିତ ହୋଇଥିବା ସଞ୍ଚିତା ପ୍ରଧାନ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?