Posted inଖେଳ

ଆଜିର ଦିନକୁ କେବେ ଭୁଲିପାରିବେ ନାହିଁ ଭାରତୀୟ କ୍ରିକେଟ୍‌ ପ୍ରଶଂସକ

ନୂଆଦିଲ୍ଲୀ,୨୯।୧୦:ବର୍ଷ ୨୦୦୦, ଦିନ ୨୯ ଅକ୍ଟୋବର। ସ୍ଥାନ – ଶାରଜା। ସମସ୍ତ ଭାରତୀୟ କ୍ରିକେଟ ପ୍ରଶଂସକ ଏକ ବଡ଼ ଟାଇଟଲ୍‌ ବିଜୟ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ସମସ୍ତଙ୍କର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। କେହି ଭାବି ନ ଥିଲେ ଯେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ଯୁବରାଜ ସିଂ ଏବଂ ବିନୋଦ କାମ୍ବଲିଙ୍କ ଭଳି ଷ୍ଟାର୍‌ରେ ସଜ୍ଜିତ ଭାରତୀୟ ଦଳ ଏକ ଦିନିକିଆରେ ମାତ୍ର ୫୪ ରନରେ ଅଲଆଉଟ୍‌ ହୋଇଯିବ। ୨୦୦୦ ଚାମ୍ପିଅନ୍ସ ଟ୍ରଫରେ ଭାରତ ସହ ଏମିତି କିଛି ଘଟିଥିଲା। ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨୪୫ ରନର ପରାଜୟର ସମ୍ମୁଖୀନ ହୋଇଥିଲା।
ସେହି ମ୍ୟାଚକୁ ୨୧ ବର୍ଷ ବିତିଯାଇଛି କିନ୍ତୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ସେହି ଦିନକୁ ମନେ ରଖିବାକୁ ଚାହାଁନ୍ତି ନାହିଁ । ସେହି ଦିନରାତି ମ୍ୟାଚରେ ଭାରତର ଏପରି ଅବସ୍ଥା ରହିବ, କେହି ଭାବି ନ ଥିଲେ। ଟିମ ଇଣ୍ଡିଆ ୩୦୦ ରନ୍‌ର ଟାର୍ଗେଟକୁ ପିଛା କରୁଥିଲା, ମାତ୍ର ୩୦ ରନ ପାଇଁ ୫ ଉଇକେଟ ଯାଇଥିଲା। କେବଳ ଏତିକି ନୁହେଁ, କେବଳ ଜଣେ ବ୍ୟାଟ୍ସମ୍ୟାନ ରବିନ ସିଂ ଡବଲ ଫିଗରକୁ ଛୁଇଁ ପାରିଥିଲେ।
ଚାମ୍ପିଅନ୍ସ ଟ୍ରଫିର ଅନ୍ତିମ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୯ ଅକ୍ଟୋବର ୨୦୦୦ରେ ଶାରଜାଠାରେ ଖେଳାଯାଇଥିଲା। ଶ୍ରୀଲଙ୍କା ଅଧିନାୟକ ସନାଥ ଜୟସୁରିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀଲଙ୍କା ୫୦ ଓଭରରେ ୫ ଉଇକେଟ୍‌ ହରାଇ ୨୯୯ ସ୍କୋର କରିଥିଲା। ୩୦୦ ରନ୍‌ର ଲକ୍ଷ୍ୟକୁ ପିଛା କରିପକାଇ ଭାରତୀୟ ଦଳ ମାତ୍ର ୨୬.୩ ଓଭର ଖେଳି ମାତ୍ର ୫୪ ରନରେ ଆଉଟ ହୋଇଥିଲେ। ଶ୍ରୀଲଙ୍କା ୨୪୫ ରନ ରେକର୍ଡ ବ୍ୟବଧାନରେ ଜିତି ଟ୍ରଫିକୁ କବଜା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri