Categories: ଫୁରସତ

ଯୋଡ଼ି ବନାଇଲା ଫେସ୍‌ବୁକ୍‌: ସ୍ବିଡେନ କନ୍ୟାଙ୍କୁ ଭାରତ ବର

ପ୍ରଥମେ ଫେସ୍‌ବୁକ୍‌ରୁ ଫ୍ରେଣ୍ଡଶିପ୍‌ ଆରମ୍ଭ ହୋଇଥିଲା। ଏହା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବତୀ ଯୁବକ। ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି। ଯାହାକି ସମସ୍ତଙ୍କୁ ଚକିତ କରିଛି। କାରଣ ସାତ ଦରିଆ ଡେଇଁ ସ୍ବିଡେନର ଝିଅ ଭାରତ ପୁଅଙ୍କୁ ବିବାହ କରିଛନ୍ତି।

ସ୍ବିଡେନର କ୍ରିଷ୍ଟିନା ନାମକ ଜଣେ ଯୁବତୀ ଏତାର ଜଣେ ପୁଅଙ୍କୁ ଏତେ ଭଲ ପାଉଥିଲେ ଯେ, ସେ ହଜାର ହଜାର କିଲୋମିଟର ପାର ହୋଇ ଭାରତରେ ପହଞ୍ଚିଥିଲେ। ଏହି ପ୍ରେମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଉଭୟ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ସହିତ ବିବାହ କରିଛନ୍ତି। ଏହି ବିବାହକୁ ନେଇ ଚର୍ଚ୍ଚା ଚାଲିଛି।

ଫେସ୍‌ବୁକ୍‌ରେ ପବନ କୁମାର ଏବଂ ସ୍ବିଡେନର କ୍ରିଷ୍ଟିନା ପ୍ରଥମେ ବନ୍ଧୁ ହୋଇଥିଲେ। ଉଭୟ ଫେସ୍‌ବୁକ୍‌ରେ କଥା ହେବା ଆରମ୍ଭ କରିଥିଲେ। ଧୀରେ ଧୀରେ ଦୁହେଁ ଘନିଷ୍ଠ ବନ୍ଧୁ ହେଲେ। ବନ୍ଧୁତା ପରେ ଏହା ପ୍ରେମରେ ପରିଣତ ହୋଇଥିଲା। ଦୁହେଁ ଫୋନରେ କଥା ହେବା ଆରମ୍ଭ କଲେ। ଏବେ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି।

ପବନ କୁମାରଙ୍କ ପୀତା ଗୀତମ ସିଂଙ୍କର ଆବାଗଡ଼ ଜଲେସର ରୋଡ୍‌ରେ ଏକ ସାଇକେଲ ମରାମତି ଦୋକାନ ଅଛି। ଯେତେବେଳେ ପବନ କୁମାର କ୍ରିଷ୍ଟିନାଙ୍କ ସହ ବନ୍ଧୁତା କରିଥିଲେ, ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ପରେ ସବୁକିଛି ଠିକ ହୋଇଥିଲା। ଶୁକ୍ରବାର ଉଭୟ ହିନ୍ଦୁ ରୀତିନୀତି ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯୁବତୀ ଜଣକ ତାଙ୍କ ପରିବାର ସହିତ ଭାରତରେ ପହଞ୍ଚିଥିଲେ। ପବନ ତାଙ୍କ ମାତାପିତାଙ୍କ ଏକମାତ୍ର ସନ୍ତାନ। ଏହି ବିବାହ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା। ଦୁହେଁ ବି ବିବାହକୁ ନେଇ ବହୁତ ଖୁସି ଥିଲେ ବୋଲି ତାଙ୍କ ମୁହଁରେ ପ୍ରତିଫଳିତ ହୋଇଥିଲା। ପବନଙ୍କ ସମ୍ପର୍କୀୟମାନେ ବିବାହର ସମସ୍ତ ରୀତିନୀତି ସମାପ୍ତ କରିଥିଲେ। ଏହି ସମୟରେ କ୍ରିଷ୍ଟିନା ଜଣେ ସାଧାରଣ ଭାରତୀୟ ଯୁବତୀ ପରି ଦେଖାଯାଉଥିଲେ।

Share