Posted inଖେଳ

ପାକିସ୍ତାନ ବିପକ୍ଷରେ ଫେଲ୍ ମାରିଲା ଭାରତୀୟ ବ୍ୟାଟିଂ ଲାଇନ୍

ନ୍ୟୁୟର୍କ;୯।୬:ଆଜି ଟି-୨୦ ବିଶ୍ୱକପ୍ ୨୦୨୪ର ୧୯ତମ ମ୍ୟାଚ୍ ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଛି। ଏହି ମ୍ୟାଚ୍ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୧୯ ରନ୍ ରେ ଅଲଆଉଟ୍ ହୋଇଛି।
ଭାରତୀୟ ଦଳ ୧୯ ଓଭରରେ ୧୧୯ ରନ୍ ରେ ସୀମିତ ରହିଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବହୁତ ଖରାପ ଥିଲା। ଟପ୍ ଅର୍ଡର, ମଧ୍ୟକ୍ରମ, ସବୁକିଛି ବିଫଳ ହୋଇଥିଲା। ଶେଷ ଓଭରରେ ବ୍ୟାଟ୍ସମ୍ୟାନଙ୍କ କିଛି ରନ୍ ବଳରେ ଭାରତ ୧୧୯ ରନ୍ ରେ ପହଞ୍ଚିବାରେ ସକ୍ଷମ ହୋଇଥିଲା।
ରୋହିତ ଶର୍ମା ୧୩ ରନ୍, ବିରାଟ କୋହଲି ୪ ରନ୍, ଅକ୍ଷର ପଟେଲ ୨୦ ରନ୍, ସୂର୍ଯ୍ୟକୁମାର ଯାଦବ ୭ ରନ୍, ଶିବମ୍ ଦୁବେ ୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୭ ରନ୍ କରିଥିଲେ। ରବୀନ୍ଦ୍ର ଜାଡେଜା ଓ ଜଶପ୍ରୀତ ବୁମ୍‌ରା ଖାତା ଖୋଲି ପାରି ନ ଥିଲେ। ସେହିପରି ଅର୍ଶଦୀପ ସିଂହ ୯ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ସିରାଜ ୭ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୨ ରନ୍ କରିଥିଲେ। ୩୧ ବଲ୍ ର ଇନିଂସରେ ସେ ୬ଟି ଚୌକା ମାରିଥିଲେ। ନସିମ ଶାହା ଓ ହାରିସ ରଉଫ୍ ୩ଟି ଲେଖାଏ ଉଇକେଟ ନେଇଥିଲେ। ସେହିପରି ମହମ୍ମଦ ଅମୀର ୨ଟି ଉଇକେଟ୍ ନେଇଥିଲେ। ଶାହିନ ଆଫ୍ରିଦିଙ୍କୁ ଗୋଟିଏ ଉଇକେଟ୍ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ…

ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ

ଓ୍ବାଶିଂଟନ୍‌,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri