Posted inଖେଳ

ଟୋକିଓରେ ଭାରତୀୟ ଆଥଲେଟ୍‌ଙ୍କ ଟ୍ରେନିଂ ଆରମ୍ଭ

ଟୋକିଓ, ୨୦।୭(ପି.ଟି.): ଟୋକିଓରେ ପହଞ୍ଚତ୍ବାର ଗୋଟିଏ ଦିନପରେ ଭାରତୀୟ ଆଥଲେଟ୍‌ମାନେ ଅଲିମ୍ପିକ୍ସ ପାଇଁ ସୋମବାର ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ମହାମାରୀ ପାଇଁ ଗୋଟିଏ ବର୍ଷ ଘୁଞ୍ଚତ୍ଥିବା କ୍ରୀଡ଼ା ମହାକୁମ୍ଭରେ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିଛନ୍ତି ଭାରତୀୟ ଆଥଲେଟ୍‌। ଭାରତୀୟ ଆଥଲେଟ୍‌ଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଟୋକିଓରେ ପହଞ୍ଚତ୍ବାପରେ କୋଭିଡ୍‌-୧୯ ପ୍ରୋଟୋକଲ ଅନୁସାରେ ଗେମ୍ସ ଭିଲେଜରେ ପ୍ରବେଶ କରିଥିଲେ। ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ, ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ଓ ଏ. ଶରଥ କମଲ, ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ ଏବଂ ଏକମାତ୍ର ଭାରତୀୟ ଜିମ୍ନାଷ୍ଟ ପ୍ରଣତି ନାୟକ ପ୍ରମୁଖ ଟ୍ରେନିଂ ଆରମ୍ଭ କରିଛନ୍ତି। ଅତନୁ ଓ ଦୀପିକା ୟୁମେନୋଶିମା ପାର୍କରେ ପୂର୍ବାହ୍ନରେ ସେମାନଙ୍କ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଇଥିବାବେଳେ ଟେବୁଲ ଟେନିସ ତାରକା ସାଥିୟାଁ ଓ ଶରଥ କମଲ ଅଲିମ୍ପିକ୍ସ ପଦକ ଲକ୍ଷ୍ୟରେ ଅଭ୍ୟାସକୁ ଜୋରଦାର କରିଛନ୍ତି। ଜିମ୍ନାଷ୍ଟ ପ୍ରଣତି ନାୟକ ମଧ୍ୟ ସକାଳବେଳା କୋଚ୍‌ ଲକ୍ଷ୍ମଣ ମନୋହର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରେନିଂ ନେଇଛନ୍ତି। ବ୍ୟାଡ୍‌ମିଣ୍ଟନର ସିଙ୍ଗଲ୍ସ ଇଭେଣ୍ଟ ଖେଳିବାକୁ ଯାଉଥିବା ସିନ୍ଧୁ ଓ ପ୍ରଣୀଥ କୋଚ୍‌ ପାର୍କ ଟି ସାଙ୍ଗଙ୍କ ଉପସ୍ଥିତିରେ ଟ୍ରେନିଂ ଆରମ୍ଭ କରିଥିବାବେଳେ ପୁରୁଷ ଡବଲ୍ସ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ସେମାନଙ୍କ କୋଚ୍‌ ମାଥିଆସ ବୋଏଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ କରିଛନ୍ତି।
ସେଲିଂ ଇଭେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ସର୍ବାନନ (ପୁରୁଷ ଲାଜର କ୍ଲାସ), ନେଥ୍ରା କୁମାନନ, କେ.ସି. ଗଣପତି ଓ ବରୁଣ ଠାକ୍କର ଗତ ସପ୍ତାହରୁ ଟୋକିଓରେ ପହଞ୍ଚତ୍ ଯାଇଥିଲେ। ପୁରୁଷ ଲାଇଟଓ୍ବେଟ ଡବଲ୍‌ ସ୍କଲ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ରୋଇଂ ତାରକା ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ ଶନିବାର ସକାଳେ ଜାପାନ ରାଜଧାନୀରେ ପହଞ୍ଚତ୍ଛନ୍ତି। ଜାତୀୟ କୋଚ୍‌ ଇସମାଇଲ୍‌ ବେଗ୍‌ଙ୍କ ଉପସ୍ଥିତିରେ ସେମାନେ ସୋମବାର ସି ଫରେଷ୍ଟ ଓ୍ବାଟର ଓ୍ବେରେ ରବିବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ୧୫ ଜଣିଆ ଭାରତୀୟ ଶୁଟିଂ ଦଳ ମଧ୍ୟ ଟାର୍ଗେଟ ହିଟ୍‌ କରିବାକୁ ଉଦ୍ୟମ କରିଛନ୍ତି।
ଆୟୋଜକ କମିଟି ପ୍ରୋଟୋକଲ ଅନୁସାରେ ଭାରତରୁ ଆସୁଥିବା ଆଥଲେଟ୍‌ମାନେ ଟୋକିଓରେ ପହଞ୍ଚତ୍ବାପରେ ୩ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। ଏହାପରେ ସେମାନେ ନିଜ ନିଜ ରହଣି ସ୍ଥାନକୁ ଯିବେ। ବିମାନ ବନ୍ଦରରେ କୋଭିଡ୍‌ ଟେଷ୍ଟ କ୍ଲିୟର କରିବାପରେ ଆଥଲେଟ୍‌ମାନେ ଗେମ୍ସ ଭିଲେଜକୁ ଯାଇ ପିଭିସି କାର୍ଡଗୁଡ଼ିକ ସଂଗ୍ରହ କରିବେ। ଏହାପରେ ସେମାନେ ଜିମ୍ନାସିୟମ, ଡାଇନିଂ ହଲ୍‌ ପ୍ରଭୃତି ସ୍ଥାନକୁ ଯାଇପାରିବେ। ଗୋଟିଏ ବର୍ଷ ବିଳମ୍ବରେ ହେବାକୁ ଯାଉଥିବା ଏହି ଅଲିମ୍ପିକ୍ସ ବିନା ଦର୍ଶକରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri