Posted inଖେଳ

ଟୋକିଓରେ ଭାରତୀୟ ଆଥଲେଟ୍‌ଙ୍କ ଟ୍ରେନିଂ ଆରମ୍ଭ

ଟୋକିଓ, ୨୦।୭(ପି.ଟି.): ଟୋକିଓରେ ପହଞ୍ଚତ୍ବାର ଗୋଟିଏ ଦିନପରେ ଭାରତୀୟ ଆଥଲେଟ୍‌ମାନେ ଅଲିମ୍ପିକ୍ସ ପାଇଁ ସୋମବାର ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ମହାମାରୀ ପାଇଁ ଗୋଟିଏ ବର୍ଷ ଘୁଞ୍ଚତ୍ଥିବା କ୍ରୀଡ଼ା ମହାକୁମ୍ଭରେ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିଛନ୍ତି ଭାରତୀୟ ଆଥଲେଟ୍‌। ଭାରତୀୟ ଆଥଲେଟ୍‌ଙ୍କ ପ୍ରଥମ ବ୍ୟାଚ୍‌ ରବିବାର ଟୋକିଓରେ ପହଞ୍ଚତ୍ବାପରେ କୋଭିଡ୍‌-୧୯ ପ୍ରୋଟୋକଲ ଅନୁସାରେ ଗେମ୍ସ ଭିଲେଜରେ ପ୍ରବେଶ କରିଥିଲେ। ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସ, ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ଓ ଏ. ଶରଥ କମଲ, ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ ଏବଂ ଏକମାତ୍ର ଭାରତୀୟ ଜିମ୍ନାଷ୍ଟ ପ୍ରଣତି ନାୟକ ପ୍ରମୁଖ ଟ୍ରେନିଂ ଆରମ୍ଭ କରିଛନ୍ତି। ଅତନୁ ଓ ଦୀପିକା ୟୁମେନୋଶିମା ପାର୍କରେ ପୂର୍ବାହ୍ନରେ ସେମାନଙ୍କ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେଇଥିବାବେଳେ ଟେବୁଲ ଟେନିସ ତାରକା ସାଥିୟାଁ ଓ ଶରଥ କମଲ ଅଲିମ୍ପିକ୍ସ ପଦକ ଲକ୍ଷ୍ୟରେ ଅଭ୍ୟାସକୁ ଜୋରଦାର କରିଛନ୍ତି। ଜିମ୍ନାଷ୍ଟ ପ୍ରଣତି ନାୟକ ମଧ୍ୟ ସକାଳବେଳା କୋଚ୍‌ ଲକ୍ଷ୍ମଣ ମନୋହର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟ୍ରେନିଂ ନେଇଛନ୍ତି। ବ୍ୟାଡ୍‌ମିଣ୍ଟନର ସିଙ୍ଗଲ୍ସ ଇଭେଣ୍ଟ ଖେଳିବାକୁ ଯାଉଥିବା ସିନ୍ଧୁ ଓ ପ୍ରଣୀଥ କୋଚ୍‌ ପାର୍କ ଟି ସାଙ୍ଗଙ୍କ ଉପସ୍ଥିତିରେ ଟ୍ରେନିଂ ଆରମ୍ଭ କରିଥିବାବେଳେ ପୁରୁଷ ଡବଲ୍ସ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ସେମାନଙ୍କ କୋଚ୍‌ ମାଥିଆସ ବୋଏଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ କରିଛନ୍ତି।
ସେଲିଂ ଇଭେଣ୍ଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ସର୍ବାନନ (ପୁରୁଷ ଲାଜର କ୍ଲାସ), ନେଥ୍ରା କୁମାନନ, କେ.ସି. ଗଣପତି ଓ ବରୁଣ ଠାକ୍କର ଗତ ସପ୍ତାହରୁ ଟୋକିଓରେ ପହଞ୍ଚତ୍ ଯାଇଥିଲେ। ପୁରୁଷ ଲାଇଟଓ୍ବେଟ ଡବଲ୍‌ ସ୍କଲ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ରୋଇଂ ତାରକା ଅର୍ଜୁନ ଲାଲ ଜାଟ ଓ ଅରବିନ୍ଦ ସିଂ ଶନିବାର ସକାଳେ ଜାପାନ ରାଜଧାନୀରେ ପହଞ୍ଚତ୍ଛନ୍ତି। ଜାତୀୟ କୋଚ୍‌ ଇସମାଇଲ୍‌ ବେଗ୍‌ଙ୍କ ଉପସ୍ଥିତିରେ ସେମାନେ ସୋମବାର ସି ଫରେଷ୍ଟ ଓ୍ବାଟର ଓ୍ବେରେ ରବିବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ୧୫ ଜଣିଆ ଭାରତୀୟ ଶୁଟିଂ ଦଳ ମଧ୍ୟ ଟାର୍ଗେଟ ହିଟ୍‌ କରିବାକୁ ଉଦ୍ୟମ କରିଛନ୍ତି।
ଆୟୋଜକ କମିଟି ପ୍ରୋଟୋକଲ ଅନୁସାରେ ଭାରତରୁ ଆସୁଥିବା ଆଥଲେଟ୍‌ମାନେ ଟୋକିଓରେ ପହଞ୍ଚତ୍ବାପରେ ୩ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ। ଏହାପରେ ସେମାନେ ନିଜ ନିଜ ରହଣି ସ୍ଥାନକୁ ଯିବେ। ବିମାନ ବନ୍ଦରରେ କୋଭିଡ୍‌ ଟେଷ୍ଟ କ୍ଲିୟର କରିବାପରେ ଆଥଲେଟ୍‌ମାନେ ଗେମ୍ସ ଭିଲେଜକୁ ଯାଇ ପିଭିସି କାର୍ଡଗୁଡ଼ିକ ସଂଗ୍ରହ କରିବେ। ଏହାପରେ ସେମାନେ ଜିମ୍ନାସିୟମ, ଡାଇନିଂ ହଲ୍‌ ପ୍ରଭୃତି ସ୍ଥାନକୁ ଯାଇପାରିବେ। ଗୋଟିଏ ବର୍ଷ ବିଳମ୍ବରେ ହେବାକୁ ଯାଉଥିବା ଏହି ଅଲିମ୍ପିକ୍ସ ବିନା ଦର୍ଶକରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri