Categories: ଜାତୀୟ

ଦଶହରାରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ନୂଆଦିଲ୍ଲୀ,୫।୧୦: ଦେଶରେ ବର୍ତ୍ତମାନ ଦଶହରା ମାହୋଲ ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।
ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଉଦ୍ଧାରିକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଆହତ ପାଇଲ୍‌ଟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କେଉଁ ପରିସ୍ଥିତିରେ ହେଲିକପ୍ଟର ଦୁର୍ଘଟଣା ଘଟିଲା, ତାହାର ବିଶଦ ଅନୁସନ୍ଧାନ ଚାଲିରହିଛି।

Share