Posted inଜାତୀୟ

ସିରିଆରୁ ଫେରିବେ ଭାରତୀୟ ସେନା

ନୂଆଦିଲ୍ଲୀ,୯।୧୨: ମିଳିତ ଜାତିସଂଘ ୧୯୭୪ରେ ଗୋଲାନ ହାଇଟ୍ସରେ ସିରିଆ ଏବଂ ଇସ୍ରାଏଲ ମଧ୍ୟରେ ଏକ ବଫର୍‌ ଜୋନ ସୃଷ୍ଟି କରି ବ୍ଲୁ ଲାଇନ ଏବଂ ରେଡ ଲାଇନ ଅଙ୍କନ କରିଥିଲା । ସିରିଆ ଏବଂ ଇସ୍ରାଏଲ ସୀମାରେ ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ସିରିଆରେ ଆସାଦ ସରକାରଙ୍କ ପତନ ପରେ ସିରିଆ ସେନା ନିଜର ପଦବୀ ଖାଲି କରିଛି। ଏହି ସମୟରେ, ଇସ୍ରାଏଲ ସୈନ୍ୟ ୫୦ ବର୍ଷ ଧରି ସୃଷ୍ଟି ହୋଇଥିବା ବଫର୍‌ ଜୋନରେ ନିଜର ସୈନ୍ୟ ପଠାଇ ଏହି ଅଞ୍ଚଳକୁ କାବୁ କରି ନେଇଛନ୍ତି। ଏପରି ପରିସ୍ଥିତିରେ,୫୦ ବର୍ଷ ପୁରୁଣା ଅସ୍ତ୍ରବିରତି ଚୁକ୍ତିନାମାକୁ ଏକପାଖିଆ ଭାବରେ ସମାପ୍ତ କରି ବଫର୍‌ ଜୋନ ନିଜେ ରଦ୍ଦ ହୋଇଯାଇଛି। ଏହାର ଅର୍ଥ ହେଉଛି, ଏକ ଉପାୟରେ ଏହା ଜାତିସଂଘର ସଂକଳ୍ପର ଉଲ୍ଲଂଘନ ବୋଲି ବିବେଚନା କରାଯିବ।
ଯେଉଁଠାରେ ସିରିଆ ସେନା ନିୟୋଜିତ ହୋଇଥିଲେ ସେହି ସିରିଆ ପୋଷ୍ଟଗୁଡ଼ିକୁ କାବୁ କରିଥିଲେ। ବର୍ତ୍ତମାନ ସେହି ଅଞ୍ଚଳରେ ଭାରତୀୟ ସେନା ମଧ୍ୟ ନିୟୋଜିତ ଅଛନ୍ତି। ସେନା ସୂତ୍ର ଅନୁଯାୟୀ, ବର୍ତ୍ତମାନ ଭାରତୀୟ ସେନାର ମୋଟ ୧୪୫ ସେନା କର୍ମଚାରୀ, ସେମାନଙ୍କ ମଧ୍ୟରେ ୧୦ ଜଣ ଅଧିକାରୀ, ୧୧ ଟି ଜେସିଓ ଏବଂ ୧୨୪ ସୈନିକ ନିୟୋଜିତ ଅଛନ୍ତି। ସୂଚନାନୁସାରେ, ବର୍ତ୍ତମାନ ଜାତିସଂଘ ଆଲର୍ଟ ଲେଭଲ କୋଡ ବ୍ଲାକ ଜାରି କରିଛି, ଅର୍ଥାତ୍‌ ଏହା ସର୍ବୋଚ୍ଚ ସ୍ତରର ଆଲର୍ଟ ଅଟେ। ସେନା ସୂତ୍ର ଅନୁଯାୟୀ, ଜାତିସଂଘର କଣ୍ଟିଜେନ୍ସି ଯୋଜନା ପ୍ରସ୍ତୁତ ଏବଂ ବର୍ତ୍ତମାନ ଜାତିସଂତ୍ୱେଟ ଆଣ୍ଡ ଓ୍ବାଚ ସ୍ଥିତିରେ ଅଛି। ଜାତିସଂଘର ନିର୍ଦ୍ଦେଶ ଅନୁଯାୟୀ ସେହି ବଫର୍‌ ଜୋନ ସୁରକ୍ଷିତ କରିବା ଭାରତୀୟ ସେନାର ଦାୟିତ୍ୱ ଅଟେ। ଜାତିସଂଘର ନିଷ୍ପତ୍ତି ପରେ ହିଁ ମିଶନର ପରବର୍ତ୍ତୀ କାର୍ଯ୍ୟ ସେଠାରୁ ସ୍ଥିର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri