ଶୁଖିଲା ରୁଟି ହେଲେ ମୁହଁରେ ଫୁଟୁଛି ହସ, ଦେଶର ଯବାନମାନଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଆଖିକୁ ଆସିଯିବ ଲୁହ

ନୂଆଦିଲ୍ଲୀ,୧୦।୧୨: ଦେଶର ସୁରକ୍ଷା ପାଇଁ ଦେଶର ଯବାନମାନେ ଦିନରାତି ୨୪ଘଣ୍ଟା ସୀମାରେ ପ୍ରହରୀ ଭଳି ଜଗୁଛନ୍ତି। ଏହି ସମୟରେ ସେମାନେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ କରୁଛନ୍ତି। ଖରା, ବର୍ଷା କିମ୍ବା ହାଡଭଙ୍ଗା ଶୀତରେ ମେରୁ ଭଳି ରହି ନିଜର କର୍ତ୍ତବ୍ୟ ସମ୍ପାଦନା କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଯବାନମାନଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିବା ମାତ୍ରେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

ଭିଡିଓରେ ଦେଖାଯାଇଛି ସୀମାରେ ମୁତୟନ ହୋଇଥିବା ଯବାନମାନେ କିଛି ସମୟ ପାଇଁ ଟିଫିନ ଖାଇବାକୁ ବିରତି ନେଇଛନ୍ତି। ଏହି ସମୟରେ ସେମାନେ ମିଶି କିଛି ଶୁଖିଲା ରୁଟି ଖାଉଛନ୍ତି। ସୀମାରେ ଏତେମାତ୍ରାରେ ଶୀତ ପଡୁଛି କି ରୁଟି ଖଣ୍ଡକ ଟାଣ ହୋଇଯାଇଛି। ଶୀତରେ କମ୍ପୁଥିବାବେଳେ ଖଣ୍ଡିଏ ଶୁଖିଲା ରୁଟି ପାଇଁ ସେମାନଙ୍କୁ କି ପ୍ରକାର ପରିଶ୍ରମ କରିବାକୁ ପଡୁଛି ଭିଡିଓ ଦେଖିଲେ ଆଖିରୁ ଲୁହ ଆସିଯିବ। ସେଥିରେ ବି ସେମାନେ ହସିହସି ଏକାଠି ମିଳିମିଶି ରୁଟି ଖଣ୍ଡକ ସହ କିଛି ଆଚାର ଲଗାଇ ଖାଉଛନ୍ତି।

 

ଭାଇରାଲ ଭିଡିଓ ଦେଖି ୟୁଜର୍ସ ଭାବପ୍ରବଣ ହୋଇଛନ୍ତି। ଖାଦ୍ୟ ଖାଇବା ସମୟରେ ଜଣେ ଯବାନଙ୍କ ହାତରେ ଶୁଖିଲା ରୁଟି ଛିଡୁ ନାହିଁ। ତେଣୁ ସେ ହସି ହସି ନିଜ ସାଙ୍ଗଙ୍କୁ କାଟିବା ପାଇଁ କରତ ମାଗୁଛନ୍ତି। ଏହା ଶୁଣି ଅନ୍ୟ ସାଙ୍ଗମାନେ ହସି ହସି କହୁଛନ୍ତି, ଅନ୍ୟ ଦିନ ତୁଳନାରେ ଆଜି ରୁଟି ଖୁବ୍‌ ନରମ ଅଛି। ଏହାଶୁଣି ସମସ୍ତେ ହସିବାକୁ ଲାଗୁଛନ୍ତି ଆଉ ମିଳିମିଶି ରୁଟି ଖାଉଛନ୍ତି।

Share