Categories: ଜାତୀୟ

ଅଗ୍ନିପଥ ଯୋଜନାରେ ଭାରତୀୟ ସେନା, ନୌସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨ ।୭: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଅଧିକାଂଶ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ, ଇତିମଧ୍ୟରେ ଭାରତୀୟ ସେନା ଓ ନୌସେନାରେ ନିଯୁକ୍ତ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।
ମନ୍ତ୍ରଣାଳୟ କହିଛି, ଅଗ୍ନିପଥ ଯାଜନାରେ ସର୍ବପ୍ରଥମେ ୨୪ ଜୁନରେ ଭାରତୀୟ ବାୟୁସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଥିପାଇଁ ଭାରତୀୟ ବାୟୁସେନାକୁ ଗୁରୁବାର ପର୍ଯ୍ୟନ୍ତ ୨.୭୨ ପ୍ରତିଶତ ଆବେଦନ ମିଳିଥିବା ଜଣାପଡିଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ କରି କହିଛି, ଭାରତୀୟ ନୌସେନାରେ ଅଗ୍ନିବୀରଙ୍କ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଯାଇଛି । ସେହପିରି ୧ ଜୁଲାଇରୁ ଭାରତୀୟ ସେନାରେ ବି ଅଗ୍ନିବୀରଙ୍କ ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାରେ ଜଣେ ୪ ବର୍ଷ ଭାରତ ମାଆର ସେବା କରିବାର ଅବସର ପାଇବ । ଏହାପରେ ୨୫ ପ୍ରତିଶତଙ୍କୁ ନିୟମିତ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି । ଏଭଳି ବ୍ୟବସ୍ଥାକୁ ସେନାରେ ଭର୍ତ୍ତି ହେବାକୁ ଆଶା ରଖିଥିବା ଲକ୍ଷ ଲକ୍ଷ ଯୁବକ ବିରୋଧ କରୁଛନ୍ତି ।

Share