Categories: ଜାତୀୟ

ଭାରତୀୟ ସେନାଙ୍କ ମାନବିକତା: ବଞ୍ଚାଇଲେ ଚାଇନା ନାଗରିକଙ୍କ ଜୀବନ

ନୂଆଦିଲ୍ଲୀ,୫।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢୁଥିବା ବେଳେ ଚାଇନା ଏବେ ଯୁଦ୍ଧ କରିବା ଲକ୍ଷ୍ୟରେ ରହିଛି। ହେଲେ ଏତେ ପରେ ବି ଚାଇନା ନାଗରିକଙ୍କ ଅସୁବିଧାକୁ ଦେଖି ନିଜ ଧର୍ମ ପାଳନ କରିଛନ୍ତିି ଭାରତୀୟ ସେନା। ସେନା ପକ୍ଷରୁ ଜାରି ଏକ ବୟାନରୁ ଜଣାପଡିଛି, ୩ ଚାଇନା ନାଗରିକ ସେପ୍ଟେମ୍ବର ୩ରେ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରୀ’ ତାପମାତ୍ରାରେ ଫସି ଯାଇଥିଲେ। ପାଖାପାଖି ୧୭,୫୦୦ ଫୁଟ ଉପରେ ସିକ୍କିମର ପଠାର ଅଞ୍ଚଳରେ ଜଣେ ମହିଳା ଓ ୨ ପୁରୁଷ ଚାଇନା ନାଗରିକ ରାସ୍ତା ଭୁଲି ଯାଇଥିଲେ। ଆଉ ଏହା ଦେଖିବା ପରେ ସାହାଯ୍ୟର ହାତ ବଢାଇଥିଲା ଭାରତୀୟ ସେନା। ତୁରନ୍ତ ଏମାନଙ୍କୁ ସାହାଯ୍ୟ କରିବାକୁ ଯାଇ ଭାରତୀୟ ଯବାନ ଏମାନଙ୍କୁ ଅକ୍ସିଜେନ, ଖାଦ୍ୟ, ଗରମ ପୋଷାକ ଓ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ। ଏହାସହ ସେମାନଙ୍କ ଗନ୍ତବ୍ୟ ପଥରେ ପହଞ୍ଚିବାର ଉଚିତ୍‌ ରାସ୍ତା ମଧ୍ୟ ଦେଖାଇ ଦେଇଥିଲେ। ତେବେ ଭାରତୀୟ ସେନାଙ୍କ ଏଭଳି ସହଯୋଗ ଦେଖି ରାସ୍ତା ଭୁଲି ଯାଇଥିବା ଚାଇନା ନାଗରିକ ଭାରତ ସମେତ ଭାରତୀୟ ସେନାଙ୍କୁ ଧନ୍ୟବାଦ ଜଣାଇଥିବା କୁହାଯାଏ।

Share