Categories: ଜାତୀୟ

ଭାରତୀୟ ସେନା ପୃଥିବୀର ସର୍ବଶ୍ରେଷ୍ଠ ସଶସ୍ତ୍ର ବାହିନୀ ମଧ୍ୟରୁ ଅନ୍ୟତମ: ସେନାମୁଖ୍ୟ…

ନୂଆଦିଲ୍ଲୀ,୧୪।୧ : ଜାନୁୟାରୀ ୧୫ରେ ସେନା ଦିବସ ପାଳନ ପୂର୍ବରୁ ଭାରତୀୟ ସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କହିଛନ୍ତି ଭାରତୀୟ ସେନା ପୃଥିବୀର ସର୍ବଶ୍ରେଷ୍ଠ ସେନା ମଧ୍ୟରୁ ଅନ୍ୟତମ। ଦେଶରେ ସୁରକ୍ଷାରେ ଭାରତୀୟ ଯବାନମାନେ ନିଜ ଜୀବନକୁ ବାଜି ଲଗାଇଥାନ୍ତି।

ସେମାନଙ୍କର ବଳିଦାନ ଯୋଗୁ ଆଜି ଭାରତୀୟ ସେନା ପୃଥିବୀରେ ଶୃଙ୍ଖଳିତ ତଥା ଶ୍ରେଷ୍ଠ ସୁରକ୍ଷା ବାହିନୀ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ସେନାର ଉତ୍ସଗୀକୃତ ଭାବନା ନୂଆ ପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥାଏ।

ଏହି କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ଶଲ ବି.ଆର.ଚୌଧୁରୀ, ନୌସେନା ପ୍ରମୁଖ ଆଡମିରାଲ ଆର ହରିକୁମାର ମଧ୍ୟ ଉପସ୍ଥିତ ଥିଲେ।

Share