Categories: ଜାତୀୟ

ସୀମା ସୁରକ୍ଷା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ…

ନୂଆଦିଲ୍ଲୀ, ୨୭।୮ : ଅରୁଣାଚଳ ପ୍ରଦେଶରେ ଭାରତ ସୀମାରେ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଅନ୍ତର୍ଜାତୀୟ ସୀମା ସହିତ ଭିତ୍ତିଭୂମି ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଇଛନ୍ତି। ସେନା କର୍ମଚାରୀମାନେ ଦେଶର ସୀମା ରକ୍ଷା କରନ୍ତି, ତେଣୁ ସେମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଅନ୍ତର୍ଜାତୀୟ ସୀମା ସହିତ ଭିତ୍ତିଭୂମି ଏବଂ ସୁରକ୍ଷା ଉପରେ ରହିଥାଏ ବୋଲି ମେଜର ରାଜେଶ ଠାକରେ କହିଛନ୍ତି। ସେନାର ଯବାନମାନେ ସୀମା ସୁରକ୍ଷା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

ମେଜର ରାଜେଶ ଠାକରେ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତିର ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଆମେ ସଜ୍ଜିତ ହୋଇଛୁ। ଯୋଜନାବଦ୍ଧ ଭାବେ ଫ୍ରଣ୍ଟଲାଇନରେ କାର୍ଯ୍ୟ କରିବା ସହିତ ବିଭିନ୍ନ ଆହ୍ବାନର ମୁକାବିଲା କରିବା ଲାଗି ଭାରତୀୟ ସେନା ସବୁସମୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଯବାନଙ୍କ ମଧ୍ୟରେ ସମନ୍ବୟ ଅତ୍ୟନ୍ତ ଉଚ୍ଚକୋଟୀର ରହିଛି। ଫଳରେ କୌଣସି ବିପଦର ମୁକାବିଲା କରିବା ବୋ ସହଜ ହୋଇ ପାରୁଛି।
ଉତ୍କୃଷ୍ଟ ସଂଯୋଗୀକରଣ ବ୍ୟବସ୍ଥା ଯୋଗୁ ଆମେ ଶେଷ ଫରଓ୍ବାର୍ଡ ପୋଷ୍ଟ ପର୍ଯ୍ୟନ୍ତ ଉପଗ୍ରହ ତଥ୍ୟକୁ ପ୍ରେରଣ କରିବାକୁ ସକ୍ଷମ ହୋଇ ପାରିଛୁ।

ମେଜର ଠାକରେ କହିଛନ୍ତି ଯେ ସୀମାନ୍ତ ଅଞ୍ଚଳର ବିକାଶ ହେଉଛି ଆମର ମାତୃଭୂମିର ସୁରକ୍ଷା ପାଇଁ ସରକାର କରିଥିବା ବୃହତ ଅଗ୍ରଗତିର ପ୍ରକୃତ ସାକ୍ଷୀ। ଆମେ ଏକବିଂଶ ଶତାବ୍ଦୀର ସେନା ଏବଂ ସୀମା ରେଖା ସହିତ ଶାନ୍ତି ବଜାୟ ରଖିବା ପାଇଁ କାର୍ଯ୍ୟ କରୁଛୁ। ଆମେ ଆମର ଗୌରବ ଏବଂ ସାହସକୁ କେବେ ହେଲେ ହ୍ରାସ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି।

Share