Categories: ଜାତୀୟ

ସୀମାରେ ଏଆଇ ପ୍ରଣାଳୀ ମୁତୟନ କରୁଛି ଭାରତୀୟ ସେନା, ଶତ୍ରୁ ଉପରେ ରହିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୬।୮ : ଦକ୍ଷତା ବୃଦ୍ଧି ପାଇଁ ଭାରତୀୟ ସେନା ଉତ୍ତର ଏବଂ ପଶ୍ଚିମ ସୀମାରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସିସିଟିଭି ସିଷ୍ଟମ ନିୟୋଜିତ କରୁଛି।

ପ୍ରତିରକ୍ଷା ପକ୍ଷରୁ ନିଶ୍ଚିତ କରାଯାଇଛଯେ ସୀମାରେ ଏଆଇ ଆଧାରିତ ସିସିଟିଭି ସିଷ୍ଟମ ନିୟୋଜନ କରିବା ବ୍ୟତୀତ ଏହାକୁ ରିଅଲ ଟାଇମ ସୋସିଆଲ ମିଡିଆ ନୀରିକ୍ଷଣ, ପ୍ୟାଟର୍‌ ସ୍ବୀକୃତି ଏବଂ ପ୍ରତିକୂଳ ଭବିଷ୍ୟତ ପଦକ୍ଷେପ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି।

ଆତଙ୍କବାଦୀ ଅପରେଶନରେ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ ଏଆଇ ଆଧାରିତ ରିଅଲ ଟାଇମ ସିସିଟିଭି ସଫ୍ଟୱେୟାର ନିୟୋଜିତ କରାଯାଇଛି। ଉତ୍ତର ଏବଂ ଦକ୍ଷିଣ ଥିଏଟରରେ ଆଠଟି ସ୍ଥାନରେ ଏଆଇ ଆଧାରିତ ସନ୍ଦିଗ୍ଧ ଯାନ ଚିହ୍ନଟ ପ୍ରଣାଳୀ ନିୟୋଜିତ କରାଯାଇଛି ବୋଲି ଏକ ସୂତ୍ରରୁ ପ୍ରକାଶ।

ଏଆଇର ବ୍ୟବହାର ଆମର ଯୁଦ୍ଧର ପଦ୍ଧତି ବଦଳାଇବ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ମନିଟରିଂ ଏବଂ ଚିହ୍ନଟ, ରିଅଲ-ଟାଇମ ସୋସିଆଲ ମିଡିଆ ମନିଟରିଂ, ପ୍ୟାଟର୍‌ ସ୍ବୀକୃତି ଏବଂ ପ୍ରତିକୂଳ କାର୍ଯ୍ୟ ପୂର୍ବାନୁମାନ ଇତ୍ୟାଦି ପାଇଁ ଏଆଇ ପ୍ରୟୋଗଗୁଡ଼ିକ ବ୍ୟବହାର କରାଯାଇପାରିବ।

ଏହା ବ୍ୟତୀତ, ଭାରତୀୟ ସେନା କାର୍ଯ୍ୟକ୍ଷମ ଆବଶ୍ୟକତାକୁ ସମର୍ଥନ କରିବା ପାଇଁ ଏକ ସୁଦୃଢ଼ ଯୋଗାଯୋଗ ଏବଂ ହାଇ ସ୍ପିଡ ଡାଟା ନେଟୱାର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି। ସେନା ସୀମାରେ ୫-ଜି ନେଟୱାର୍କ ସ୍ଥାପନ କରିବାକୁ ଚାହୁଁଛି।

ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଉନ୍ନତ ଯୋଗାଯୋଗ ପାଇଁ ଚାଇନା ମଧ୍ୟ ୫-ଜିନେଟୱାର୍କ ସ୍ଥାପନ କରିବା ଆରମ୍ଭ କରିଛି।

Share