Categories: ଜାତୀୟ

ଲଦ୍ଦାଖରେ ବଢିଲା ଭାରତୀୟ ସେନାର ତୀକ୍ଷ୍ଣ ଦୃଷ୍ଟି, ଚାଇନାର ପ୍ରତ୍ୟେକ ଗତିବିଧି ଉପରେ ନଜର

ଜମ୍ମୁ,୪ ।୩: ଲଦ୍ଦାଖରେ ଚାଇନା ସହ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ତାର ତୀକ୍ଷ୍ଣ ନଜରକୁ ବଢାଇ ଦେଇଛି । ପ୍ରତି ସ୍ଥାନରେ ସେନା ମୁତୟନ କରାଯାଇଛି । ଏହାସହ ଚାଇନାର ପ୍ରତିଟି ଗତିବିଧି ଉପରେ କଡା ନଜର ରଖାଯାଇଛି । ପୌଂଗୋଂଗ ହ୍ରଦ ନିକଟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖାଯାଇଛି କି ଏଲଏସିରେ ଭାରତୀୟ ସେନାର ଯବାନ ମାରାଥନ ଦୃଷ୍ଟି ରଖୁଛନ୍ତି ।
ଗଲୱାନ ଘାଟି ନିକଟରେ ମୁତୟନ ଥିବା ଭାରତୀୟ ସେନାର ଫର୍ମେଶନ ନିକଟରେ ଘୋଡା ଓ ଖଚ୍ଚରରେ ଯାଇ ଏଲଏସି ନିକଟରେ ଥିବା ଅଞ୍ଚଳର ସର୍ବେକ୍ଷଣ କରିଥିଲେ ଓ ଜମାଟ ବାନ୍ଧିଥିବା ପୌଂଗଂଗ ହ୍ରଦ ଉପରେ ହାଫ ମାରାଥନ ଭଳି ଚରମ ଗତିବିଧି କରିଥିଲେ ।

Share