Posted inଜାତୀୟ

ନୌସେନାରେ ଆଜି ସାମିଲ ହେବେ ଅଗ୍ନିବୀରର ପ୍ରଥମ ବ୍ୟାଚ, ଆଇଏନଏସ ଚିଲିକାରେ ହେବ ପାସିଂ ଆଉଟ ପରେଡ

ନୂଆଦିଲ୍ଲୀ,୨୮ ।୩: ଆଜିର ଦିନ ଅର୍ଥାତ୍ ୨୮ ମାର୍ଚ୍ଚ ୨୦୨୩ ଭାରତୀୟ ସେନା ପାଇଁ ଏକ ବିଶେଷ ତଥା ଐତିହାସିକ ଦିନ ହେବାକୁ ଯାଉଛି । ମଙ୍ଗଳବାର ଅଗ୍ନିବୀରର ପ୍ରଥମ ବ୍ୟାଚ ଭାରତୀୟ ନୌସେନାରେ ସାମିଲ ହେବେ । ମଙ୍ଗଳବାର ହିଁ ଆଇଏନଏସ ଚିଲିକା ଉପରେ ଏମାନଙ୍କ ପାସିଂ ଆଉଟ ପରେଡ ବି ହେବ ।

ରିପୋର୍ଟ ଅନୁଯାୟୀ, ଏହି ପାସିଂ ଆଉଟ ପରେଡ ଆଇଏନଏସ ଚିଲିକା ଉପରେ ଟ୍ରେନିଂ ନେଉଥିବା ୨୭୩ ମହିଳା ଅଗ୍ନିବୀରଙ୍କ ସହିତ ପ୍ରାୟ ୨୬୦୦ ଅଗ୍ନିବୀରଙ୍କ ସଫଳ ଟ୍ରେନିଂ ସମାପନକୁ ନେଇ କରାଯାଉଛି ।
ମଙ୍ଗଳବାର ହେବାକୁ ଯାଉଥିବା ପାସିଂ ଆଉଟ ପରେଡ ଅନେକ ଦୃଷ୍ଟିରୁ କିଛି ବିଶେଷତ୍ୱ ରଖିଛି । ଏହାହେଲା ପ୍ରଥମ ଥର ଅଗ୍ନିବୀରର ପ୍ରଥମ ବ୍ୟାଚ ଏଥିରେ ଯୋଗ ଦେବେ, ଅନ୍ୟପଟେ ପ୍ରଥମଥର ଲାଗି ଏହି ପାସିଂ ଆଉଟ ପରେଡ ସୂର୍ଯ୍ୟାସ୍ତ ପରେ ଆୟୋଜିତ ହେବ । ଏହା ପ୍ରଥମ ଥର ହେଉଛି କି, ପରମ୍ପରା ଅନୁଯାୟୀ, ପାସିଂ ଆଉଟ ପରେଡ ସକାଳେ ଆୟୋଜିତ ହୋଇଥାଏ । ହେଲେ ଭାରତୀୟ ସଶସ୍ତ୍ରବଳଙ୍କ ଇତିହାସରେ ପ୍ରଥମଥର ସୂର୍ଯ୍ୟାସ୍ତ ପରେ ଏହା ଆୟୋଜିତ ହେବ ।
ସୂଚନାଯୋଗ୍ୟ, ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ପାସିଂ ଆଉଟ ପରେଡର ମୁଖ୍ୟ ଅତିଥି ଓ ସମିକ୍ଷା ଅଧିକାରୀ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri