Posted inଜାତୀୟ

ଫିଙ୍ଗର-୪ରେ ଭାରତୀୟ ସେନା

ଲେହ, ୧୦।୯: ଏଲ୍‌ଏସିରେ ଭାରତ ଚାଇନା ମୁହାଁମୁହିଁ ହୋଇଛନ୍ତି। ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ୫୦ ହଜାର ସୈନ୍ୟ ମୁତୟନ କରିଥିବାବେଳେ ଭାରତ ମଧ୍ୟ ସମାନ ସଂଖ୍ୟକ ଯବାନକୁ ସଜାଗ ରଖିଛି। ଏବେ ଭାରତୀୟ ସେନା ଫିଙ୍ଗର-୪ରେ ନିଜର ସ୍ଥିତି ସୁଦୃଢ଼ କରିଛି। ଭାରତୀୟ ସେନା କବ୍‌ଜାରେ ଥିବା ଗୁରଙ୍ଗ୍‌ ହିଲ୍‌, ମଗର ହିଲ୍‌, ମୁଖପରି ଏବଂ ରେଚିନ୍‌ ଲା କ୍ୟାମ୍ପ୍‌ ଚାରିପଟେ ସୁରକ୍ଷା ଦୃଷ୍ଟିରୁ କଣ୍ଟା ତାର ବାଡ଼ ଦିଆଯାଇଛି। ଚାଇନାର କୌଣସି ସୈନ୍ୟ କଣ୍ଟା ତାରବାଡ଼ ଅତିକ୍ରମ କରିବାର ଉଦ୍ୟମ କଲେ ଅବା ଏହାକୁ ଭଙ୍ଗାଭଙ୍ଗି କଲେ ଏହାର କଡ଼ା ଜବାବ ସାମରିକ ଭାଷାରେ ଦିଆଯିବ ବୋଲି ଭାରତୀୟ ଯବାନ ଚେତାବନୀ ଦେଇଛନ୍ତି। ବ୍ରିଗେଡିୟରସ୍ତରୀୟ ବୈଠକରେ କୌଣସି ସମାଧାନର ପଥ ବାହାରୁ ନ ଥିବାରୁ ଏବେ କମାଣ୍ଡରସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ଲେହରେ ଭାରତୀୟ ବାୟୁସେନା ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଛି। ସେହିପରି ଦିନରେ ମଧ୍ୟ ବାୟୁସେନା ବିମାନ ପଇଁତରା ମାରୁଛି। ପୂର୍ବ ଲଦାଖର ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଏଠାରେ ଚାଇନାର ୩୦ରୁ ୪୦ ସୈନ୍ୟ ରେଜାଙ୍ଗ୍‌-ଲା ରିଜ୍‌ଲାଇନ୍‌ରେ ଜମା ହୋଇ ରହିଛନ୍ତି। ଏହାଯୋଗୁ ଭାରତୀୟ ସେନାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଖେଳାଳିଙ୍କ ପ୍ରତି କଠୋର ହେଲା BCCI: ଏହି ସର୍ତ୍ତ ପୂରଣ କରିବାକୁ କଲା ମନା

ନୂଆଦିଲ୍ଲୀ,୧୧।୨: ICC ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ, BCCI ଟିମ ଇଣ୍ଡିଆର ଖେଳାଳିମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ସ୍ପଷ୍ଟ ଭାବରେ କହିଛି,…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ବାଜି ମାରିଲା ପାକିସ୍ତାନ, ଭାରତକୁ ପକାଇଲା ପଛରେ…

ନୂଆଦିଲ୍ଲୀ,୧୧।୨: ଫେବୃଆରୀ ୧୦ ତାରିଖରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ ପରେ, ଟୁର୍ନାମେଣ୍ଟର ପଏଣ୍ଟ ଟେବୁଲ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗ୍ରୁପ A ରେ, ପାକିସ୍ତାନ କେବଳ ଯୁକ୍ତରାଷ୍ଟ୍ରକୁ…

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ସରକାରଙ୍କ କସରତ

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବିଧାନସଭାରେ ବଜେଟ ଅଧିବେଶନ ୧୭ରୁ ଆରମ୍ଭ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କସରତ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri