Categories: ଜାତୀୟ

ଏଲ୍‌ଏସିରେ କରୋନା ସହିତ ବି ଲଢୁଛନ୍ତି ଭାରତୀୟ ଯବାନ

ଲେହ, ୧୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତୀୟ ଯବାନ ଏଠାରେ ଚାଇନା ସହିତ ମୁହାଁମୁହିଁ ହୋଇଛନ୍ତି। ସେହିପରି ଭାରତୀୟ ସେନା ଏବେ କରୋନା ସହିତ ମଧ୍ୟ ଲଢ଼େଇ ଜାରି ରଖିଛି। ସୀମାରେ ଦେଶ ସୁରକ୍ଷା ଦାୟିତ୍ୱ ସହିତ କରୋନା ସଂକ୍ରମଣରୁ ଦୂରେଇ ରହିବା ଭାରତୀୟ ଯବାନଙ୍କ ଲାଗି ଉଦ୍ୟମ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ପୂର୍ବ ଲଦାଖ ଅଞ୍ଚଳରେ ଯବାନ ପହଞ୍ଚିବାରେ ଲାଗିଛନ୍ତି। ବାୟୁସେନାର ସି-୧୭ ଗ୍ଲୋବ୍‌ମାଷ୍ଟର ଏବଂ ଆଇଏଲ୍‌-୭୬ ପରିବହନକାରୀ ବିମାନ ଦ୍ୱାରା ଯବାନଙ୍କୁ ଲଦାଖରେ ପହଞ୍ଚାଯାଉଛି। କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଇତିମଧ୍ୟରେ ସ୍ଥଳସେନାର ୧୬ ହଜାର ୭୫୮ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି। ବାୟୁସେନାର ୧୩୫୬ ଏୟାରମ୍ୟାନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ଇତିମଧ୍ୟରେ ୩ ଜଣ ଏୟାରମ୍ୟାନ୍‌ଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଛି। ଅପରପକ୍ଷରେ ନୌସେନାର ୧୭୧୬ ଯବାନ କରୋନା ଆକ୍ରାନ୍ତ ହୋଇଛନ୍ତି। ନୌସେନାରେ କରୋନା ସଂକ୍ରମଣ ଯୋଗୁ କାହାର ମୃତ୍ୟୁ ଘଟି ନାହିଁ।

Share