KAZIND-2023ରେ ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୯।୧୦: ଶକ୍ତି ପ୍ରଦର୍ଶନ କରିବ ଭାରତ। ସୋମବାର ଠାରୁ ଭାରତ ଏବଂ କାଜାକିସ୍ତାନ ମଧ୍ୟରେ ମିଳିତ ଯୁଦ୍ଧାଭ୍ୟାସ ହେବାକୁ ଯାଉଛି। ଏହି ମିଳିତ ଯୁଦ୍ଧାଭ୍ୟାସର ନାଁ ରହିଛି KAZIND-2023। କାଜାକିସ୍ତାନର ଓଟାରରେ ଏହା ଆୟୋଜିତ ହେବାକୁ ଯାଉଛି। ୩୦ ଅକ୍ଟୋବରରୁ ୧୧ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମିଳିତ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିବା ପାଇଁ ୧୨୦ ଭାରତୀୟ ସ୍ଥଳସେନା ଓ ବାୟୁସେନାର ଏକ ଦଳ ରବିବାର କାଜାକିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି।

୯୦ ଭାରତୀୟ ଯବାନ ଡୋଗ୍ରା ରେଜିମେଣ୍ଟର ଏକ ବାଟାଲିଆନ ଦ୍ୱାରା ପରିଚାଳିତ ଅଛନ୍ତି। ଏହି ଅଭ୍ୟାସରେ ଉଭୟ ଦେଶର ବାୟୁସେନା ମଧ୍ୟ ଭାଗ ନେଉଛନ୍ତି, ଯେଉଁଥିରେ ଭାରତ ଏବଂ କାଜାକିସ୍ତାନର ୩୦ଜଣ ଯବାନ ଲେଖାଏଁ ଅଛନ୍ତି।

Share