୧୩୬ ବର୍ଷରେ ପ୍ରଥମଥର: ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ ହେଲେ ଭାରତୀୟ ମୂଳ ବାସିନ୍ଦା ଅପସରା

ନୂଆଦିଲ୍ଲୀ/କେମ୍ବ୍ରିଜ,୭ ।୨: ଦେଶ ପାଇଁ ଗର୍ବର କଥା । ହାର୍ଭାର୍ଡ ଲ ସ୍କୁଲରେ ଦ୍ୱିତୀୟ ବର୍ଷର ଭାରତୀୟ-ଆମେରିକା ଛାତ୍ରୀ ଅପସରା ଅୟାରଙ୍କୁ ପ୍ରତିଷ୍ଠିତ ହାର୍ଭାର୍ଡ ଲ ରିଭ୍ୟୁର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଲ ରିଭ୍ୟୁର ୧୩୬ ବର୍ଷର ଇତିହାସରେ ଏହା ପ୍ରଥମଥର ହୋଇଛି ଯେ ଜଣେ ଭାରତୀୟ ମହିଳା ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି । ହାର୍ଭାର୍ଡ ଲ ସ୍କୁଲ ଅଧିନରେ ପରିଚାଳିତ ଆଇନ ସମିକ୍ଷା ହେଉଛି ଏକ ସଂଗଠନ ଯାହା ଆଇନ କ୍ଷେତ୍ରରେ ସାଧାରଣ ପ୍ରକାଶନ ପାଇଁ ପ୍ରବନ୍ଧଗୁଡିକ ସମିକ୍ଷା ଓ ଚୟନ କରିଥାଏ । ଏହା ୧୮୮୭ରେ ପ୍ରତିଷ୍ଠା କରାଯାଇଥିଲା । ‘ହାର୍ଭାର୍ଡ କ୍ରିମସନ’ ଏହାର ଏକ ରିପୋର୍ଟରେ କହିଛି ଯେ ଅପସରା ଆୟର ହାର୍ଭାର୍ଡ ଆଇନ ସମିକ୍ଷାର ୧୩୭ ତମ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।

Share