Categories: ଜାତୀୟ

ଏକା ସାଙ୍ଗରେ ୪ଟି ଟାର୍ଗେଟ ଧ୍ବଂସ କଲା ଆକାଶ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ, ୧୭।୧୨: ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ନିଜର ସ୍ତିତି ଦୃଢ଼ କରିବା ପାଇଁ ନିରନ୍ତର ଆଗେଇ ଚାଲିଛି ଭାରତ। ରବିବାର ‘ଅସ୍ତ୍ରଶକ୍ତି ଅଭ୍ୟାସ ୨୦୨୩’ରେ ଭୂପୃଷ୍ଠରୁ ଶୂନ୍ୟରେ ‘ଆକାଶ ମିସାଇଲ ସିଷ୍ଟମ’ ଏକ ସାଙ୍ଗରେ ୪ଟି ଟାର୍ଗେଟକୁ ଧ୍ବଂସ କରି ଏହାର କ୍ଷମତା ଦର୍ଶାଇଛି।

ଆକାଶ ମିସାଇଲର ସଫଳତା ସହିତ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଏହି କ୍ଷମତା ହାସଲ କରିଛି। ଯେଉଁଥିରେ ଗୋଟିଏ ଫାୟାରିଂ ୟୁନିଟ୍ ବ୍ୟବହାର କରି କମାଣ୍ଡ ଗାଇଡ୍ ଦ୍ୱାରା ଏକାସାଙ୍ଗରେ ଚାରୋଟି ଟାର୍ଗେଟକୁ ଧ୍ବଂସ କରିବାର କ୍ଷମତା ପ୍ରଦର୍ଶନ କରାଯାଇଛି।

ଏହି ପରୀକ୍ଷାକୁ ବ୍ୟାଖ୍ୟା କରି ଅଧିକାରୀମାନେ କହିଛନ୍ତି ଯେ ଏକ୍ସରସାଇଜ ସମୟରେ ଚାରିଟି ଲକ୍ଷ୍ୟ ସମାନ ଦିଗରୁ ଆସୁଥିଲା ଏବଂ ଏକ ସଙ୍ଗେ ବିଭିନ୍ନ ଦିଗରୁ ନିଜର ପ୍ରତିରକ୍ଷା ସମ୍ପତ୍ତିକୁ ଆକ୍ରମଣ କରିବା ପାଇଁ ବିଭକ୍ତ କରାଯାଇଥିଲା।

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଆକାଶ ମିସାଇଲ ସ୍ୱଦେଶୀ ଭାବରେ ପରିକଳ୍ପିତ ଏବଂ ବିକଶିତ ହୋଇଛି ଏବଂ ଅନ୍ୟାନ୍ୟ ଶିଳ୍ପ ସହିତ ପ୍ରତିରକ୍ଷା ପବ୍ଲିକ୍ ସେକ୍ଟର ୟୁନିଟ୍ ଦ୍ୱାରା ଉତ୍ପାଦିତ ହୋଇଛି। ଗତ ଏକ ଦଶସନ୍ଧି ହେବ ଆକାଶ ମିସାଇଲ ସିଷ୍ଟମ ଭାରତୀୟ ନୌସେନା ଏବଂ ସ୍ଥଳସେନା ଦ୍ୱାରା ମୁତୟନ କରାଯାଇଛି। ତେବେ ଡିଆରଡିଓ ନିରନ୍ତର ଏହାର ବିକାଶ କରିବା ଦିଗରେ କାର୍ଯ୍ୟ କରୁଛି, ଦକ୍ଷିଣ ପୂର୍ବ ଏସିଆ ଏବଂ ମଧ୍ୟପ୍ରାଚ୍ୟ ଦେଶ ଗୁଡିକୁ ରପ୍ତାନି କରିବା ପାଇଁ ଅଧିକ ଅର୍ଡ଼ର ପାଇଛି।

 

 

 

Share