Categories: ଜାତୀୟ

ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରୀତ୍‌

ନୂଆଦିଲ୍ଲୀ,୩୧ା୧୦: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛନ୍ତି ହରପ୍ରୀତ୍‌ ଏ.ଡି.ସିଂହ। ହରପ୍ରୀତ୍‌ ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  ଅଛନ୍ତି। ଏଆଇର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ ନିବେଦିତା ଭସିନ ବର୍ତ୍ତମାନ ଡ୍ରିମଲାଇନ ବୋଇଙ୍ଗ ୭୮୭ ଚଲାଉଛନ୍ତି। ଭସିନଙ୍କ ସ୍ଥାନରେ ହରପ୍ରୀତ୍‌ ଏୟାର ଇଣ୍ଡିଆର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେବେ।

ଏଆଇ ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ବଂଶଲ ଶୁକ୍ରବାର ଏକ ଆଦେଶ ଜାରି କରି କହିଛନ୍ତି ଯେ, ଆଗାମୀ ଆଦେଶ ଯାଏ ଏଲାୟନ୍ସ ଏୟାରରେ ସିଇଓ ପଦବୀ ସମ୍ଭାଳିବେ। ନିବେଦିତା ଭସିନଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ତାଙ୍କୁ ଅନ୍ୟ ବିଭାଗର ମୁଖ୍ୟ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ଏଲାୟନ୍ସ ଏୟାର ବର୍ତ୍ତମାନ ସାର୍ବଜନୀନ କ୍ଷେତ୍ର ଭାବେ ହିଁ ରହିବ। ବର୍ତ୍ତମାନ ଏହାକୁ ଏୟାର ଇଣ୍ଡିଆ ସହ ବିକ୍ରି କରାଯିବ ନାହିଁ। ଯଦି କ୍ରେତା ମିଳନ୍ତି ଏବଂ ଘରୋଇକରଣ କରାଯାଏ ତାହେଲେ ଏୟାର ଇଣ୍ଡିଆର ପୁରୁଣା ବୋଇଙ୍ଗ ୭୪୭କୁ ଏଲାୟନ୍ସ ଏୟାରକୁ ସ୍ଥାନାନ୍ତର କରାଯିବ। ହରପ୍ରୀତ୍‌ ପ୍ରଥମ ମହିଳା ପାଇଲଟ ଯାହାଙ୍କୁ ୧୯୮୮ ମସିହାରେ ଏୟାର ଇଣ୍ଡିଆ ଦ୍ୱାରା ଚୟନ କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ବିମାନ ଉଡ଼ାଣ କରିପାରି ନ ଥିଲେ। ସେ ଭାରତୀୟ ମହିଳା ପାଇଲଟ ଆସୋସିଏଶନର ନେତୃତ୍ୱ ମଧ୍ୟ ନେଇଥିଲେ।

Share