ଆମେରିକା ସହିତ ମିଳିତ ସମରାଭ୍ୟାସ କରିବ ଭାରତୀୟ ବାୟୁସେନା: ୧୦ ଏପ୍ରିଲ ଆରମ୍ଭ…

ନୂଆଦିଲ୍ଲୀ,୩।୪ : ସାମ୍ପ୍ରତିକ ସମୟରେ ଭାରତ ଏବଂ ଆମେରିକା ବହୁତ ନିକଟତର ହୋଇଛନ୍ତି। ରଣନୀତିକ କ୍ଷେତ୍ରରେ ମଧ୍ୟ ଏହି ସହଯୋଗ ବିସ୍ତାର ହେଉଛି। ଫଳସ୍ବରୂପ, ଭାରତୀୟ ବାୟୁସେନା ବର୍ତ୍ତମାନ ପଶ୍ଚିମବଙ୍ଗର କାଲାଇକୁଣ୍ଡା ଏୟାରବେସରେ ଆମେରିକାର ବାୟୁସେନା ସହିତ ମିଳିତ ସମରାଭ୍ୟାସ କରିବ। ପର୍ଯ୍ୟବେକ୍ଷକ ଭାବରେ ଜାପାନ ମଧ୍ୟ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରିବ। ବୃଦ୍ଧି ପାଉଥିବା ଚାଇନାର ଆହ୍ବାନର ମୁକାବିଲା ପାଇଁ ଏଭଳି ମିଳିତ ସମରାଭ୍ୟାସ କରାଯାଉଥିବା କୁହାଯାଉଛି।

ଭାରତ ଏବଂ ଆମେରିକାର ବାୟୁସେନା ମଧ୍ୟରେ ଏହି ଅଭ୍ୟାସକୁ କୋପ ଇଣ୍ଡିଆ ନାମରେ ନାମିତ କରାଯାଇଛି ଏବଂ ଏହା ୧୦ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ହେବ। ଏହି ସମରାଭ୍ୟାସରେ ଉଭୟ ଦେଶର ବାୟୁସେନାର କାର୍ଯ୍ୟକ୍ଷମତା ବୃଦ୍ଧି ହେବା ସହିତ ଏବଂ ଉଭୟଙ୍କ ମଧ୍ୟରେ ଆବଶ୍ୟକ ସୂଚନା ଆଦାନପ୍ରଦାନ ବୃଦ୍ଧି କରିବ। ଏଥିରେ ଭାରତୀୟ ବାୟୁସେନା ଏହାର ଯୁଦ୍ଧ ବିମାନ ରାଫାଲ, ସୁଖୋଇ ୩୦ ଏମକେ, ତେଜସ ଯୁଦ୍ଧ ବିମାନ ଏବଂ ଭାରତରେ ନିର୍ମିତ ଚେତାବନୀ ପ୍ରଣାଳୀ, ସି -୧୭ ଗ୍ଲୋବାମାଷ୍ଟର -୨ ଏବଂ ଏୟାର-ଟୁ-ଏୟାର ଯୁଦ୍ଧ ବିମାନରେ ଇନ୍ଧନ ଭର୍ତ୍ତି କାର୍ଯ୍ୟ ସମ୍ପନ୍ନ ହେବ। ସମରାଭ୍ୟାସରେ ଆମେରିକା ଏହାର ଅତ୍ୟାଧୁନିକ ଏଫ-୧୫ ଷ୍ଟ୍ରାଇକ ଇଗଲ ଜେଟର ବ୍ୟବହାର କରିବ ।