Categories: ଜାତୀୟ

ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ବାୟୁସେନା କରିବ ଯୁଦ୍ଧାଭ୍ୟାସ, ଅରୁଣାଚଳରେ ସୁଖୋଇ-ରାଫାଲ ଦେଖାଇବେ ଦମ୍‌

ନୂଆଦିଲ୍ଲୀ,୧୫ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଉଠିଥିବା ଝଡ଼ ମଧ୍ୟରେ ଭାରତୀୟ ବାୟୁସେନା ୧୫ ଡିସେମ୍ବରରୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏହି ଏକ୍ସରସାଇଜ ୧୫ ଓ ୧୬ ଡିସେମ୍ବରରେ ଆସାମ ଓ ଅରୁଣାଚଳ ପ୍ରଦେଶ ସମେତ ଉତ୍ତର-ପୂର୍ବର ସମସ୍ତ ରାଜ୍ୟର ଏୟାର ସ୍ପେଶରେ କରାଯିବ ।
ଏହାକୁ ନେଇ ବାୟୁସେନା ନୋଟମ ଅର୍ଥାତ୍ ନୋଟିସ ଟୁ ଏୟାରମ୍ୟାନ ବି ଜାରି କରିଦେଇଛି । ସୂଚନାଯୋଗ୍ୟ, ଏହି ଯୁଦ୍ଧାଭ୍ୟାସ ତୱାଂଗ ଘଟଣା ପୂର୍ବରୁ ସ୍ଥିର କରାଯାଇଥିଲା, ହେଲେ ଏହି ସମୟରେ ଅରୁଣାଚଳ ପ୍ରଦେଶରେ ଲାଗି ରହିଥିବା ଏଲଏସିରେ ବାୟୁସେନାର ନମୁନା ନିଶ୍ଚିତ ଭାବେ ଦେଖିବାକୁ ମିଳିବ ।

Share