Categories: ଜାତୀୟ

ବାଲାକୋଟ ବାୟୁବୀରଙ୍କୁ କରାଗଲା ସମ୍ମାନୀତ

ନୂଆଦିଲ୍ଲୀ,୮ ।୧୦: ବାୟୁସେନା ଦିବସ ଅବସରରେ ଗୁରୁବାର ଗାଜିଆବାଦର ହିଣ୍ଡନ ଏୟାର ବେସ୍‌ରେ ଅନୁଷ୍ଠିତ ହୋଇଛି ବିଶେଷ କାର୍ଯ୍ୟକ୍ରମ । ଏହି ଅବସରରେ କେତେଜଣ ବାୟୁବୀରଙ୍କୁ ସମ୍ମାନୀତ କରାଯାଇଛି । ଦେଶସେବାରେ ନିଜକୁ ନିୟୋଜିତ କରିଥିବା ଏହି ବାୟୁସେନା ବୀରଙ୍କୁ ବାୟୁସେନା ମୁଖ୍ୟ ଆର୍‌କେଏସ୍ ଭଦୌରିଆ ସମ୍ମାନୀତ କରିଛନ୍ତି । ଏମାନଙ୍କ ମଧ୍ୟରେ ସାମିଲ ଥିଲେ ପାକିସ୍ତାନର ବାଲାକୋଟରେ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ସାମିଲ ଥିବା ଯବାନ । ସୂଚନା ଅନୁଯାୟୀ, ବାଲାକୋଟ ଏୟାର ଷ୍ଟ୍ରାଇକରେ ସାମିଲ ଥିବା ୩ ବୀରପୁତ୍ରଙ୍କୁ ଏହି ଅବସରରେ ସମ୍ମାନୀତ କରାଯାଇଛି । ଏହି ଏୟାର ଷ୍ଟ୍ରାଇକରେ ଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସେତେବେଳେ ଚର୍ଚ୍ଚାକୁ ଆସିଥିବା ବେଳେ ଅନ୍ୟମାନେ ଏବେ ସମ୍ମାନୀତ ହୋଇଛନ୍ତି । ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯେଉଁଥିରେ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳକୁ ଟାର୍ଗେଟ କରି ଭାରତୀୟ ବାୟୁସେନା ଏୟାର୍ ଷ୍ଟ୍ରାଇକ୍ କରିଥିଲା । ଏହାପରେ ଭୁଲ୍ ବଶତଃ ଭାରତୀୟ ୱିଙ୍ଗ କମାଣ୍ଡର ପାକିସ୍ତାନରେ ଲ୍ୟାଣ୍ଡ କରିବା ଫଳରେ ବହୁ ବାହବିବାଦ ପରେ ଦୀର୍ଘ ୪୮ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଭାରତକୁ ଅର୍ପଣ କରିଥିଲା ।

Share