Categories: ଜାତୀୟ

‘ତୁମେ ଶକ୍ତି ସ୍ବରୂପା’; ଜାଣନ୍ତୁ କାହିଁକି ଏହି ଭାଜପା ପ୍ରାର୍ଥୀଙ୍କୁ ଏଭଳି କହି ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଶ୍ଚିମବଙ୍ଗ ବସିରହାଟରୁ ଭାଜପା ପ୍ରାର୍ଥୀ ତଥା ସନ୍ଦେଶଖାଲି ପୀଡ଼ିତା ରେଖା ପାତ୍ରଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ରେଖାଙ୍କୁ ଶକ୍ତି ସ୍ବରୂପା ବୋଲି କହିଛନ୍ତି। ଏଥିସହ ତାଙ୍କର ପ୍ରଚାର ପ୍ରସ୍ତୁତି, ଲୋକଙ୍କ ମଧ୍ୟରେ ଭାଜପାକୁ ସମର୍ଥନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି। ଅପରପକ୍ଷେ ରେଖା ସନ୍ଦେଶଖାଲିର ମହିଳାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ରେ ପଚାରିଥିଲେ, ଆପଣ ଏକ ବଡ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି, ଏହି ସମୟରେ ଆପଣ କିପରି ଅନୁଭବ କରୁଛନ୍ତି? ଏହାର ଉତ୍ତରରେ ରେଖା କହିଛନ୍ତି ଯେ ବହୁତ ଖୁସି ଲାଗୁଛି। ଆପଣଙ୍କ ହାତ ମୋ ସହ ସନ୍ଦେଶଖାଲିର ଲୋକଙ୍କ ମ ମୁଣ୍ଡରେ ରହିଛି। ଆପଣ ଆମ ପାଇଁ ଭଗବାନଙ୍କ ପରି। ଲାଗୁଛି ପ୍ରଭୁ ରାମ ଆମ ସହିତ ଅଛନ୍ତି ଏବଂ ତାଙ୍କ ହାତ ଆମ ମୁଣ୍ଡରେ ଅଛି। ଟିକେଟ ଦେଇଥିବାରୁ ରେଖା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହା ପରେ ମା’ ଏବଂ ଭଉଣୀମାନଙ୍କ ହାତ ମୋ ମୁଣ୍ଡରେ ଅଛି। ଏହାଛଡ଼ା ମୁଁ ତୁମର ବାର୍ତ୍ତା ପାଇଥିଲି। ଭାଜପା କର୍ମୀଙ୍କ ସହ କଥାବାର୍ତ୍ତା ଜାରି ରଖିବାକୁ ଯଥାସମ୍ଭବ ଚେଷ୍ଟା କରେ ବୋଲି ସେ କହିଛନ୍ତି।

Share