Categories: ଖେଳ

ଏସିଆ କପ୍‌ ଲାଗି ପାକିସ୍ତାନ ଯିବ ନାହିଁ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୮।୧୦: ୨୦୨୩ ଏସିଆ କପ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବ ନାହିଁ ଭାରତ। ପ୍ରଥମେ ଏହା ସମ୍ଭବ ବୋଲି କୁହାଯାଉଥିବା ବେଳେ ଏବେ ବିିସିସିଆଇ ସଚିବ ଜୟ ଶାହ ଏହା ଅସମ୍ଭବ ବୋଲି ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ବିସିସିିଆଇର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଅନେକ ପ୍ରମୁଖ ବିଷୟ ଉପରେ ଚର୍ଚ୍ଚା କରାଯାଇଥିଲା। ସେଥିରୁ ଗୋଟିଏ ଥିଲା ଏସିଆ କପ୍‌ ୨୦୨୩କୁ ନେି ଭାରତ ଗସ୍ତର ବିଷୟ। ବୈଠକକୁ ନେଇ ଜୟ ଶାହା କହିଛନ୍ତି, ଏକ ନିରପେକ୍ଷ ସ୍ଥାନରେ ଏସିଆ କପ୍‌ର ଆୟୋଜନ କରାଯାଇପାରିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ଏବଂ ସୀମା ତିକ୍ତତାକୁ ନେଇ ଭାରତ ସେଠାକୁ ଗସ୍ତ କରିବ ନାହିଁ ବୋଲି ନିଷ୍କର୍ସ ବାହାରିଛି।

ତେବେ ଯଦି ଭାରତ ପାକିସ୍ତାନ ନ ଯିବାକୁ ନିଷ୍ପତ୍ତି ନିଏ ତେବେ ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ଼ ଝଟ୍‌କା ଲାଗିବ। ଏସିଆ କପ୍‌କୁ ହୋଷ୍ଟ କରି ବୋର୍ଡ ଭଲ ରୋଜଗାର କରିପାରିଥାନ୍ତା। ହେଲେ ଏବେ ତାହା ତାଙ୍କ ଲାଗି କ୍ଷତି ପରି ହେବ। କାରଣ ଯଦି ଟିମ୍‌ ଇଣ୍ଡିଆ ବ୍ୟାକ୍‌ ଆଉଟ୍‌ କରେ ତେବେ ସ୍ଥାନ ପରିବର୍ତ୍ତନ କରିବା ଆବଶ୍ୟକ ହୋଇପଡ଼ିବ।

Share