Categories: ଖେଳ

୭ମ ଥର ପାଇଁ ମହିଳା ଏସିଆ କପ ଜିତିଲା ଭାରତ…

ସିଲହଟ ,୧୫।୧୦ : ଭାରତୀୟ ମହିଳା କ୍ରିକେଟ ଦଳ ୭ମ ଥର ପାଇଁ ଏସିଆ କପର ବିଜେତା ହୋଇଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ଶୋଚନୀୟ ପରାସ୍ତ କରିଛି। ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌ ଥିବାବେଳେ ଦଳ ୨ ଓ୍ବିକେଟ ହରାଇ ୮.୩ ଓଭରରେ ୭୧ ସଂଗ୍ରହ କରି ସହଜ ବିଜୟ ହାସଲ କରିଛି।

ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାର ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଅଧିନାୟକ ଚାମାରି ଅଟାପାଟ୍ଟୁ ଏବଂ ୱିକେଟ କିପର ଅନୁଷ୍କା ସଞ୍ଜୀବନୀଙ୍କ ଓପନିଂ ଯୋଡି ମନ୍ଥର ଆରମ୍ଭ ହୋଇଥିଲା। ତୃତୀୟ ଓଭରରେ ଆଠ ରନ ସ୍କୋରରେ ଶ୍ରୀଲଙ୍କା ଦଳ ପ୍ରଥମ ଝଟକା ପାଇଥିଲା। ୧୨ ବଲରେ ୬ ରନ ସ୍କୋର କରିବା ପରେ କ୍ୟାପଟେନ ଚାମାରି ଅଟପାଟ୍ଟୁ ଆଉଟ ହୋଇଥିଲେ। ଏହାପରେ ଶ୍ରୀଲଙ୍କା ଦଳର ପତନ ଆରମ୍ଭ ହୋଇଥିଲା।

Share