Categories: ଖେଳ

ଟସ୍‌ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

ଡବଲିନ୍‌, ୨୮।୬ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟି -୨୦ ମ୍ୟାଚ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ମଙ୍ଗଳବାର ଡବଲିନ୍‌ରେ ଆରମ୍ଭ ହୋଇଛି। ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଣ୍ଡ୍ରିୟୁ ବଲବର୍ନିଙ୍କ ନେତୃତ୍ୱରେ ଆୟର୍ଲାଣ୍ଡ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

ଭାରତୀୟ ଟିମ୍‌ରେ ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ (ଓ୍ବିକେଟ କିପର), ଅକ୍ଷର ପଟେଲ, ଭୂବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଆବେଶ ଖାନ ,ଅର୍ଶଦୀପ ସିଂ , ହର୍ଷଲ ପଟେଲ,ରାହୁଲ ତ୍ରିପାଠୀ , ସଞ୍ଜୁ ସାମସନ ପ୍ରମୁଖ ଖେଳୁଛନ୍ତି।

ସେହିପରି ଆୟର୍ଲାଣ୍ଡ ଟିମ୍‌ରେ ଆଣ୍ଡ୍ରିୟୁ ବଲବର୍ନି (ଅଧିନାୟକ), ପଲ ଷ୍ଟିରଲିଂ, ଗାରେଥ ଡେଲାନି, ହ୍ୟାରି ଟେକ୍ଟର, ଲୋରକାନ ଟକର୍‌ (ଓ୍ବିକେଟ କିପର), ଆଣ୍ଡି ମ୍ୟାକବ୍ରାଇନ, ଜର୍ଜ ଡକ୍ରେଲ, ମାର୍କ ଆଡେୟାର, କ୍ରେଗ ୟଙ୍ଗ, ଜୋଶୁଆ ଲିଟିଲ, କନୋର ଓଲଫର୍ଟ ପ୍ରମୁଖ ଖେଳୁଛନ୍ତି।

ଟିମ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ ସାତ ୱିକେଟ ଜିତିଥିଲା। ବର୍ଷା ଯୋଗୁ ପ୍ରଥମ ମ୍ୟାଚରେ ବାଧା ସୃଷ୍ଟି ହୋଇଥିଲା। ତା’ପରେ ମ୍ୟାଚ ୨୦ ଓଭର ବଦଳରେ ୧୨ ଓଭର ହୋଇଥିଲା ।

Share