Categories: ଖେଳ

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିତିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ପର୍ଥ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପରିବର୍ତ୍ତନ କରିଛି। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ସାମିଲ କରାଯାଇଛି। ସେପଟେ ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟରେ ଗୋଟିଏ ପରବର୍ତ୍ତନ କରାଯାଇଛି। ତବରେଜ ଶାମସୀ ସ୍ଥାନରେ ଲୁଗି ଏନଗିଡିଙ୍କୁ ଦଳରେ ନିଆଯାଇଛି।
ଆଜି ମ୍ୟାଚ ଜିତି ସେମିଫାଇନାଲ ପାଇଁ ନିଜର ଦାବିକୁ ଦୃଢ କରିବା ଟିମ ଇଣ୍ଡିଆର ଲକ୍ଷ୍ୟ ହେବ। କେଏଲ ରାହୁଲଙ୍କ ଖରାପ ଫର୍ମ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ।

Share