Categories: ଖେଳ

ଟସ୍‌ ଜିତିଲା ଭାରତ

ଥିରୁଭାନନ୍ତପୁରମ୍‌,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଥିରୁଭାନନ୍ତପୁରମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି।
ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପାଇଁ ଏହା ହେଉଛି ଶେଷ ଟି-୨୦ ସିରିଜ। ଏହି ସିରିଜରେ ଉଭୟ ଦଳ ପ୍ରସ୍ତୁତି ଶେଷ କରିବାକୁ ଚାହୁଁଛନ୍ତି।

ଆଜିର ମ୍ୟାଚ୍‌ ପାଇଁ ଦୁଇ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଆକ୍ସର ପଟେଲ, ଦୀନେଶ କାର୍ତ୍ତିକ (ଉଇକେଟ୍‌ କିପର), ଦୀପକ ଚହର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ (ଉଇକେଟ୍‌ କିପର), ଟେମ୍ବା ବାଭୁମା (ଅଧିନାୟକ), ରିଲି ରୁସୋ, ଏଡେନ ମାରକ୍ରମ, ଡେଭିଡ ମିଲର, ଟ୍ରିଆଷ୍ଟ ଷ୍ଟବ୍ସ, ଡୱେନ ପ୍ରିଟୋରିଅସ, ମାର୍କୋ ୟାନସେନ, କାଗିସୋ ରାବାଡା, ଏନ୍ରିକ ନୋର୍ଜେ, ଟାବ୍ରେଜ ଶାମ୍‌ସି।

Share