Categories: ଖେଳ

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ତିଳକ ବର୍ମା

କଲମ୍ବୋ,୧୫।୯: ଏସିଆ କପ୍‌ର ଶେଷ ସୁପର-୪ ମ୍ୟାଚ୍‌ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କଲମ୍ବୋସ୍ଥିତ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଭାରତ ୫ଟି ପରିବର୍ତ୍ତନ କରିଛି। ବିରାଟ କୋହଲି, ମହମ୍ମଦ ସିରାଜ, ଜଶପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୂଳଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି। ତିଳକ ବର୍ମା ଭାରତ ପକ୍ଷରୁ ଡେବ୍ୟୁ କରୁଛନ୍ତି। ଭାରତୀୟ ଦଳ ଏସିଆ କପରେ ବିଜୟ ଅଭିଯାନ ଜାରି ରଖିବାକୁ ଚାହୁଁଛି। ଭାରତ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ହାରିନାହିଁ। ଭାରତର ପୂର୍ବରୁ ଫାଇନାଲରେ ପ୍ରବେଶ କରିସାରିଥିବାରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭାରତ ପରୀକ୍ଷାନୀରିକ୍ଷା କରିବାକୁ ଚେଷ୍ଟା କରିବ। ରୋହିତ ଶର୍ମାଙ୍କ ଦଳ ଫାଇନାଲରେ ପ୍ରବେଶ କରିସାରିଛି। ସୁପର- ୪ରେ ବାଂଲାଦେଶ ଗୋଟିଏ ବି ବିଜୟ ହାସଲ କରି ନାହିଁ।

Share