Categories: ଖେଳ

ଟସ୍‌ ଜିତିଲା ଭାରତ

ହରାରେ,୨୨।୮: ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି। ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଦୀପକ ଚହର ଏବଂ ଆବେଶ ଖାନଙ୍କୁ ସ୍ଥାନ ଦିଆଯାଇଛି। ବ୍ୟାଟିଂ ୟୁନିଟରେ କୌଣସି ପରିବର୍ତ୍ତନ ହୋଇନାହିଁ। ପୂର୍ବରୁ ସିରିଜ୍‌ ଜିତିସାରିଥିବା ଭାରତର ଲକ୍ଷ୍ୟ କ୍ଲିନ୍‌ସୁଇପ୍‌ ଏବଂ ଜିମ୍ବାଓ୍ବେ ଶେଷ ମ୍ୟାଚ୍‌ ଜିତି ଆତ୍ମସମ୍ମାନ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇବେ।

Share