Categories: ଖେଳ

ସିରିଜ ଜିତିଲା ଭାରତ, ଡିଏଲସ୍‌ ନିୟମ ଅନୁସାରେ ତୃତୀୟ ଟି-୨୦ ହେଲା ଟାଇ…

ନାପିଅର,୨୨।୧୧ : ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ତୃତୀୟ ଟି-୨୦ ଟାଇ ହୋଇଛି। ଫଳରେ ଭାରତ ୧-୦ରେ ସିରିଜ ଜିତିଛି। ବର୍ଷା ଯୋଗୁ ୯ ଓଭରରେ ସଂଗ୍ରହ ହୋଇଥିବା ରନ୍‌ ଆଧାରରେ ଡିଏଲସ୍‌ ନିୟମ ଅନୁସାରେ ମ୍ୟାଚ୍‌ ଶେଷ କରିବାକୁ ଅମ୍ପାୟାର ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଭାରତ ୯ ଓଭରରେ ୪ ଓ୍ବିକେଟ ହରାଇ ୭୫ ରନ କରିଥିଲା। ସେହି ସମାନ ଓଭରରେ ନ୍ୟୁଜିଲାଣ୍ଡ ମଧ୍ୟ ୭୫ ରନ୍‌ କରିଥିଲା।

ନ୍ୟୁଜିଲାଣ୍ଡ ସହିତ ନାପିଅର ସ୍ଥିତ ମ୍ୟାକ୍‌ ଲିନ୍‌ ପାର୍କରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍‌ ସୌଥି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବୋଲିଂ କରିଥିଲା। ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୦ ଓ୍ବିକେଟ ହରାଇ ୧୬୦ ରନ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୬୧ ରହିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବିକେଟ କିପର ହେଭନ କୋନଓ୍ବେ ୪୯ ବଲ୍‌ ଖେଳି ସର୍ବାଧିକ ୫୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଗ୍ଳୋନ ଫିଲିପ୍‌ ୩୩ ବଲରେ ୫୪ ରନ୍‌ କରିଥିଲେ। ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ଉଭୟ ୪ଟି ଲେଖାଏ ଓ୍ବିକେଟ ନେଇଥିଲେ। ହର୍ଶେଲ ପଟେଲଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା।

Share