Categories: ଖେଳ

ହିରୋ ସାଜିଲେ ‘କେ ଏଲ୍‌ ରାହୁଲ’: ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତିଲା ଭାରତ

ମୁମ୍ବାଇ,୧୭।୩: ବିଜୟରୁ ସିରିଜ ଆରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାକୁ ଭାରତ ୫ ଉଇକେଟରେ ଜିତି ନେଇଛି। ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ ମ୍ୟାଚ୍‌ର ହିରୋ ସାଜି କଠିନ ପରିସ୍ଥିତିରୁ ଦଳକୁ ବିଜୟୀ କରିବାରେ ସଫଳ ହୋଇଛନ୍ତି।

ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୩୫.୪ ଓଭରରେ ୧୮୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ-ମହମ୍ମଦ ଶାମି ୩ ଲେଖାଏ ଉଇକେଟ ନେଇଥିଲେ। ଏହା ପରେ ଭାରତୀୟ ଟିମ୍‌ ୩୯.୫ ଓଭରରେ ୫ ଉଇକେଟ ହରାଇ୧୯୧ ରନ୍‌ କରି ମ୍ୟାଚ୍‌ ଜିତିନେଇଛି।

ଏକ ସମୟରେ ଭାରତୀୟ ଟିମ୍‌ ୩୯ ରନ୍‌ରେ ୪ ଉଇକେଟ ହରାଇଥିଲା। ହେଲେ ଓପନର୍‌ କେଏଲ୍‌ ରାହୁଲ ୯୧ ବଲ୍‌ରେ ୭୫ ରନ୍‌ର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ତାଙ୍କ ସହ ରବିନ୍ଦ୍ର ଜାଡେଜା ୬୯ ବଲ୍‌ରେ ୪୫ ରନ୍‌ କରିଥିଲେ। ଉଭୟ ୬ଷ୍ଠ ଉଇକେଟ ଲାଗି ୧୨୩ ବଲ୍‌ରେ ୧୦୮ ରନ୍‌ର ଅପରାଜିତ ଭାଗିଦାରି କରିଥିଲେ।

Share